ଆମୀର ଖାନ୍‌ କରୋନା ପଜିଟିଭ

ମୁମ୍ବାଇ: କରୋନା କବଳରେ ବଲିଉଡର ମିଷ୍ଟର ପରଫେକ୍‌ନିଷ୍ଟ ।  ଅଭିନେତା ଆମୀର ଖାନ୍‌ କରୋନାରେ ସଂକ୍ରମିତ ହୋଇଛନ୍ତି।  ତାଙ୍କ କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ଆମୀର ଖାନ୍‌ଙ୍କ ଜଣେ ନିକଟ ସମ୍ପର୍କୀୟ ଲୋକ ସୂଚନା ଦେଇଛନ୍ତି। ଆମୀର ଏବେ ହୋମ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଏଥିସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ କରୋନାର ସବୁ ନିୟମ ପାଳନ କରୁଥିବା ନେଇ ସୂଚନା ମିଳିଛି।

ଏବିପି ନ୍ୟୁଜର ରିପୋର୍ଟ ମୁତାବକ, ଏବେ ଆମୀରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଗତ କିଛି ଦିନ ଭିତରେ ତାଙ୍କ ସହିତ ଯେଉଁମାନେ ମଧ୍ୟ ସମ୍ପର୍କରେ ଆସିଥିଲେ ସେମାନଙ୍କୁ ସେ କରୋନା ଟେଷ୍ଟ କରାଇବା ପାଇଁ ଆମୀର ଖାନ୍‌ଙ୍କ ପ୍ରବକ୍ତା ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଆମୀର ଖାନ୍‌ଙ୍କ ସହ କାମ କରୁଥିବା ୭ଜଣ କର୍ମଚାରୀ କରୋନା ପଜିଟିଭ ହୋଇଥିଲେ। ଏହି ୭ ଜଣ କର୍ମଚାରୀଙ୍କ ମଧ୍ୟରେ ତାଙ୍କର ସୁରକ୍ଷାକର୍ମୀ, ଡ୍ରାଇଭର ଏବଂ ଘରେ କାମ କରୁଥିବା କିଛି କର୍ମଚାରୀ ସମିଲ ଥିଲେ।

ସୂଚନାଯୋଗ୍ୟ ଯେ, ବଲିଉଡରେ କରୋନା ତା’ର କାୟା ବିସ୍ତାର କରି ଚାଲିଛି। ଜଣଙ୍କ ପରେ ଜଣେ ସେଲେବ୍ରିଟି ଏହି କିଲର ଭାଇରସ ମୁହଁରେ ପଡୁଛନ୍ତି। ଆମୀରଙ୍କ ପୂର୍ବରୁ ରଣବୀର କପୁର, କାର୍ତିକ ଆର୍ଯ୍ୟନ, ବରୁଣ ଧୱନ, ନୀତୁ ସିଂହ,ସଂଜୟ ଲୀଲା ଭଂସାଲିଙ୍କ ଭଳି ଅେନକ ଅଭିନେତା ତଥା ନିଦ୍ଦର୍ଦଶ କରୋନାରେ ଆକ୍ରାନ୍ତ ହୋଇସାରିଲେଣି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।