କରୋନା କବ୍‌ଜାରେ ଆଉ ଜଣେ ଅଭିନେତା

ମୁମ୍ବାଇ: ବଲିଉଡରେ କରୋନା ତା’ର କାୟ ବିସ୍ତାର କରିଚାଲିଛି। ଜଣଙ୍କ ପରେ ଜଣେ ଅଭିନେତା କରୋନା କବ୍‌ଜାରେ ପଡିଛନ୍ତି। ଏବେ ପୁଣି ଥରେ ଆଜ ଜଣେ ଅଭିନେତାଙ୍କୁ ସଂକ୍ରମିତ କରିଛି ଏହି କିଲର ଭାଇରସ। ବଲିଉଡର ଭେଟରାନ ଅଭିନେତା ଆଶିଷ ବିଦ୍ୟାର୍ଥୀ କରୋନାରେ ଆକ୍ରନ୍ତ ହୋଇଛନ୍ତି।  ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ତାଙ୍କୁ ଦିଲ୍ଲୀ ସ୍ଥିତ ସାକେତ ଅଞ୍ଚଳରେ ଥିବା ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଅଭିନେତା ନିଜେ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଜଣାଇଛନ୍ତି ।

ସେୟାର ହୋଇଥିବା ଭିଡିଓରେ ଅଭିନେତା କହିଛନ୍ତି, ‘ମୋର ରିପୋର୍ଟ କରୋନା ପଜିଟିଭ ଆସିଛି । ମୋ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ଦୟାକରି ସେମାନେ ନିଜର ଟେଷ୍ଟ କରାଇନିଅନ୍ତୁ । ବର୍ତ୍ତମାନ ପର୍ଯ୍ୟନ୍ତ ମୋର କୌଣସି ଲକ୍ଷଣ ଦେଖା ଯାଇନାହିଁ । ମୋର ବିଶ୍ୱାସ ଅଛି ମୁଁ ଶୀଘ୍ର ଭଲ ହୋଇଯିବି । ଆପଣମାନଙ୍କର ପ୍ରାର୍ଥନା ଏବଂ ଭଲପାଇବା ଅମୂଲ୍ୟ’। ସୂଚନାଯୋଗ୍ୟ ଯେ, ଆଶିଷ ବିଦ୍ୟାର୍ଥୀ ଫିଲ୍ମରେ ନେଗେଟିଭ ଚରିତ୍ର ପାଇଁ ବେଶ ପପୁଲାର। ସେ ହିନ୍ଦୀ ଫିଲ୍ମ ବ୍ୟତୀତ ତେଲୁଗୁ, କନ୍ନଡ, ମାଲୟାଲମ, ବେଙ୍ଗଲି, ଇଂଲିସ୍, ତାମିଲ ଓ ଓଡ଼ିଆ ସିନେମାରେ ମଧ୍ୟ ଅଭିନୟ କରିସାରିଛନ୍ତି।

ଏହାପୂର୍ବରୁ ଅଭିନେତା ମନୋଜ ବାଜପେୟୀଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ୍ ଆସିଥିଲା କରୋନାରେ ଆକ୍ରାନ୍ତ ହେବା ପରେ ସେ ନିଜକୁ ହୋମ୍ କ୍ୱାରେଣ୍ଟାଇନ୍ କରିଛନ୍ତି। ମନୋଜ ନିଜର ଆଗାମୀ ଫିଲ୍ମ ‘ଡେସପ୍ୟାଚ୍’ ପାଇଁ ଶୁଟିଂ କରୁଥିଲେ। ଫିଲ୍ମର ନିର୍ଦ୍ଦେଶକ କାନୁ ବେଲ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯାହା ପରେ ମନୋଜ ନିଜର କୋଭିଡ୍ ଟେଷ୍ଟ କରାଇଥିଲେ। ଏବେ ଉଭୟ ମନୋଜ ଓ କାନୁ ବେଲ୍ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଫିଲ୍ମର ଶୁଟିଂକୁ ସ୍ଥଗିତ କରିଦିଆଯାଇଛି। ମନୋଜ ଏବେ ସୁସ୍ଥ ଅଛନ୍ତି। କରୋନା ପାଇଁ ସେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରୁଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।