ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ କରୋନା
ମୁମ୍ବାଇ: ବଲିଉଡ ଷ୍ଟାରଙ୍କ ପିଛା ଛାଡୁନି କରୋନ। ଜଣକଙ୍କ ପରେ ଜଣେ ସେଲେବ୍ରିଟି ଏହି କିଲର ଭାଇରସ ଜାଲରେ ପଡୁଛନ୍ତି। ଏହି କ୍ରମରେ ଏବେ ଆଉ ଜଣେ ଅଭିନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ କରୋନାରୁ ଶୀଘ୍ର ଭଲ ହେବା ଲାଗି ପ୍ରାର୍ଥନା କରିବାକୁ ସେ ତାଙ୍କ ପ୍ରଶଂସକଙ୍କୁ ଅପିଲ କରିଛନ୍ତି।
ନିକଟରେ କାର୍ତ୍ତିକ ତାଙ୍କ ଅପକମିଂ ଫିଲ୍ମ `ଭୁଲଭୁଲୟା-୨’ର ଶୁଟିଂ କରୁଥିଲେ। ଏହି ଫିଲ୍ମର ଶୁଟିଂ ସେଟ୍ରୁ କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଫିଲ୍ମରେ କାର୍ତ୍ତିକଙ୍କ ବ୍ୟତୀତ କିଆରା ଆଡଭାଣୀ ଏବଂ ତବୁ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି।
ଦୁଇ ଦିନ ପୂର୍ବରୁ ଅଭିନେତା କାର୍ତ୍ତିକ ଲାକ୍ମୀ ଫ୍ୟାଶନ ୱିକରେ କିଆରାଙ୍କ ସହ ରାମ୍ପ ୱକ୍ କରିଥିଲେ। ଡ୍ରେସ୍ ଡିଜାଇନର ମନୀଷ ମଲହୋତ୍ରଙ୍କ ଆଉଟ୍ଫିଟ୍ରେ ଦୁହେଁ ନଜର ଆସିଥିଲେ।
କାର୍ତ୍ତିକଙ୍କ ପୂର୍ବରୁ ଅଭିନେତା ରଣବୀର କପୁର ଏବଂ ମନୋଜ ବାଜପେୟୀ, ଆଶିଷ ବିଦ୍ୟାର୍ଥୀ ମଧ୍ୟ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି।
Positive ho gaya 🤦🏻♂️
Dua karo 🙏🏻 pic.twitter.com/KULStQnkA2— Kartik Aaryan (@TheAaryanKartik) March 22, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।