ଆଖିବୁଜିଲେ ଅଭିନେତ୍ରୀ ଏଣ୍ଡ୍ରିଲା

କୋଲକାତା: ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା। ପ୍ରଥମେ କ୍ୟାନ୍‌ସର୍‌କୁ ମାତ୍ ଦେଇଥିବା ଏଣ୍ଡ୍ରିଲା ଏବେ ହାର୍ଟଷ୍ଟ୍ରୋକ୍‌ରେ ଚାଲିଗଲେ। ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା। କୋଲକାତାର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲାଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ପରେ ମଲ୍ଟିପୁଲ୍ ହାର୍ଟଷ୍ଟ୍ରୋକ୍ ପରେ ଦୁଇଦିନ ତଳେ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ହୋଇଛି।

Aindrila Sharma shows signs of improvement; here's the latest update on her  condition - Times of India

ସୂଚନା ଅନୁଯାୟୀ, ୧୫ ନଭେମ୍ବରରେ ଏଣ୍ଡ୍ରିଲା ଏକାସାଙ୍ଗରେ ଅନେକ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ତୁରନ୍ତ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଧିକ ବିଗିଡି ଯିବାରୁ ତାଙ୍କୁ ଭେଣ୍ଟିଲେଟରକୁ ସିଫ୍ଟ କରାଯାଇଥିଲା।

ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଥିବା ଏଣ୍ଡ୍ରିଲା ପୂର୍ବରୁ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହାପୂର୍ବରୁ ସେ କର୍କଟ ରୋଗ ସହ ଲଢି ଜିତିଥିଲେ। ପୁଣି ଏହି ମାସ ଆରମ୍ଭରେ ତାଙ୍କର ବ୍ରେନ୍‌ଷ୍ଟ୍ରୋକ୍ ହୋଇଥିଲା।

ଏଣ୍ଡ୍ରିଲା ଅନେକ ବଙ୍ଗୀୟ ଟିଭି ସିରିଏଲରେ ନିଜର ଅଭିନୟ କରିଛନ୍ତି। ଝୁମର ସିରିଏଲରୁ ସେ ନିଜ ଅଭିନୟକ କ୍ୟାରିୟର ଆରମ୍ଭ କରିଥିଲେ। ଓଟିଟିରେ ମଧ୍ୟ ଅନେକ ୱେବ୍‌ସିରିଜରେ ସେ ନଜର ଆସି ସାରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।