ଆଉ ଜଣେ ଅଭିନେତ୍ରୀଙ୍କୁ କରୋନା

ମୁମ୍ବାଇ: ଅଭିନେତା ଓ ଅଭିନେତ୍ରୀଙ୍କ ପିଛା ଛାଡୁନି କରୋନା । ଏବେ ପୁଣି ଏହି କିଲର ଭାଇରସ କବଳରେ ପଡିଛନ୍ତି ଆଉ ଜଣେ ଅଭିନେତ୍ରୀ। ବଲିଉଡ ତଥା ବଙ୍ଗୀୟ ଅଭିନେତ୍ରୀ ଋତୁପର୍ଣ୍ଣା ସେନ୍ ଗୁପ୍ତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ନିଜେ ସୋଶାଲ ମିଡିଆ ଜରିଆର ସୂଚନା ଦେଇଛନ୍ତି।

ସେ ଟୁଇଟ୍ କରି ଲେଖିଛନ୍ତି, “ମୁଁ କୋଭିଡ-୧୯ ପରୀକ୍ଷା କରାଇଥିଲି, ରିପୋର୍ଟ ପଜିଟିଭ ଆସିଛି । କିନ୍ତୁ ମୁଁ ସୁସ୍ଥ ଅଛି। ମୋର କୌଣସି ଲକ୍ଷଣ ନାହିଁ। ମୁଁ ଦୁର୍ବଳତା ମଧ୍ୟ ଅନୁଭବ କରୁନାହିଁ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆବଶ୍ୟକୀୟ ପ୍ରଟକୋଲ ଏବଂ ସାବଧାନତା ପାଳନ କରୁଛି ।”

ଋତୁପର୍ଣ୍ଣା ଏବେ ବେଙ୍ଗାଳୁରୁରେ ଅଛନ୍ତି। କରୋନା ପଜିଟିଭ ହେବା ପରେ ସେଠାରେ ହିଁ ସେ ନିଜକୁ ହୋମ ଆଇସୋଲେଟ୍ କରିଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ରିପୋର୍ଟ ନେଗେଟିଭ ଆସିବା ଯାଏଁ କ୍ୱାରେଟାଇନରେ ରହିବେ। ତାଙ୍କ ପରିବାର ଏବଂ ଘରେ କାମ କରୁଥିବା ସମସ୍ତ ଷ୍ଟାଫ୍ ସୁରକ୍ଷିତ ଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଋତୁପର୍ଣ୍ଣା ବଲିଉଡ ସେମେତ ବଙ୍ଗାଳି, ଓଡ଼ିଆ ଏବଂ ତେଲୁଗୁ ଫିଲ୍ମରେ କାମ କରିସାରିଛନ୍ତି।

 

View this post on Instagram

 

A post shared by Rituparna Sengupta (@rituparnaspeaks)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।