ଅମିତାଭଙ୍କର ପୁଣି ହେଲା ଅପରେସନ୍

ମୁମ୍ବାଇ: ବଲିଉଡର ବିଗ୍ ବି’ ତଥା ଅମିତାଭ ବଚ୍ଚନ। ୭୮ ବର୍ଷ ବୟସରେ ଅମିତାଭଙ୍କ ହୋଇଛି ପୁଣି ଅପରେସନ୍ । ତାଙ୍କ ଦ୍ୱିତୀୟ ଆଖିର ସର୍ଜରୀ ହୋଇଥିବା ନେଇ ସେ ଟୁଇଟ୍ ଜରିଆରେ ତାଙ୍କ ଫ୍ୟାନ୍‌ମାନଙ୍କୁ ସୂଚନା ଦେଇଛନ୍ତି। ତାଙ୍କର ଏହି ସର୍ଜରୀ ସଫଳ ହୋଇଥିବା ନେଇ ମଧ୍ୟ ସେ କହିଛନ୍ତି। ଏଥିଲାଗି ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଗ୍ ବି।

ପୂର୍ବରୁ ଅମିତାଭଙ୍କ ଆଖିରେ ମୋତିଆବିନ୍ଦୁ ଅପରେସନ ହୋଇଥିଲା। ଏବେ ପୁଣି ଥରେ ତାଙ୍କର ଦ୍ୱିତୀୟ ଆଖିର ଅପରେସନ ହୋଇଛି। ସର୍ଜରୀକୁ ନେଇ ବିଗ୍ ବି’ ଟୁଇଟ୍ କରି ତାଙ୍କ ଅନୁଭବ ବଖାଣିଛନ୍ତି। ସେ ଲେଖିଛନ୍ତି, `ମୋ ଦ୍ୱିତୀୟ ଆଖିର ସର୍ଜରୀ ସଫଳ ହୋଇଛି। ଏବେ ଧୀରେ ଧୀରେ ମୁଁ ସୁସ୍ଥ ହେଉଛି। ଚମତ୍କାର ଆଧୁନିକ ଚିକିତ୍ସା ପଦ୍ଧତି ଏବଂ ଡକ୍ତର ହିମାଂଶୁ ମେହତାଙ୍କୁ ଧନ୍ୟବାଦ। ଏହି ଅନୁଭବ ଜୀବନ ପରିବର୍ତ୍ତନ ହେଲା ଭଳି ଲାଗୁଛି। ଯାହା ପୂର୍ବରୁ ଦେଖାଯାଉନଥିଲା, ଏବେ ମୁଁ ସେ ସବୁ ଦେଖିପାରୁଛି। ନିଶ୍ଚିତ ରୂପେ ଏ ବିଶ୍ୱ ଅଦ୍ଧୁତ।” ଅମିତାଙ୍କ ଏହି ଟୁଇଟ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି।

କେବଳ ସେତିକି ନୁହେଁ ଅମିତାଭ ବଚ୍ଚନ ଏକ ଭିଡିଓ ମଧ୍ୟ ସେଆର କରିଛନ୍ତି। ଏହି ଭିଡିଓରେ ବିଗ୍ ବି ଠିଆ ହୋଇଛନ୍ତି ତାଙ୍କ ପଛପଟେ ଜୋରଦାର ମ୍ୟୁଜିକ ଶବ୍ଦ ଶୁଣାଯାଉଛି। ଅମିତାଭ ସେହି ମ୍ୟୁଜିକ ବିଟ୍ର ତାଳେ ତାଳେ ଖୁସିରେ ମୁଣ୍ଡ ହଲାଉ ଥିବା ଦେଖିବାକୁ ମିଳିଛି।

ଏହାପୂର୍ବରୁ  ବିଗ୍‌ ବି’ ନିଜ ବ୍ଲଗରେ ପ୍ରଥମ ସର୍ଜରୀ ପରେ ତାଙ୍କ ଅନୁଭବ ବଖାଣିଥିଲେ। ଏଥିସହ ନିଜ ବ୍ଲଗ ଜରିଆରେ ତାଙ୍କ ପ୍ରଶଂସକଙ୍କ ଦ୍ୱାରା ସେଆର କରାଯାଇଥିବା ଚିନ୍ତା ଏବଂ ଶୁଭକାମନାକୁ ନେଇ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

 

View this post on Instagram

 

A post shared by Amitabh Bachchan (@amitabhbachchan)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।