କାଷ୍ଟିଂ କାଉଚ୍‌ର କଳା କାହାଣୀ କହିଲେ ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ

ମୁମ୍ବାଇ: ବି-ଟାଉନର ଅନେକ ଅଭିନେତ୍ରୀ କାଷ୍ଟିଂ କାଉଚ୍‌ର ଶିକାର ହୋଇଥିବା ନେଇ ଖବର ପୂର୍ବରୁ ବହୁଥର ସାମ୍ନାକୁ ଆସିଛି। ଏବେ ଏହି ଲିଷ୍ଟରେ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ସାମିଲ ହୋଇଛି। ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ  ଏନେଇ ନିକଟରେ ବଡ ଖୁଲାସା କରିଛନ୍ତି।

ଟେଲିଭିଜନ ପରଦାରୁ ବଡରଦାକୁ ଯିବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି। ଏପରିକି ସେ ଦୁଇ ଦୁଇ ଥର କାଷ୍ଟିଂ କାଉଚର ଶିକାର ହୋଇଛନ୍ତି।  ବହୁ ବର୍ଷ ପରେ ଅଙ୍କିତା ଏକ ଇଣ୍ଟରଭ୍ୟୁରେ ତାଙ୍କ ସହ ଘଟିଥିବା ଏହି କଳା କାହାଣୀକୁ ବଖାଣିଛନ୍ତି।

ଷ୍ଟ୍ରଗଲିଂ ବେଳର ଅନୁଭୂତି ସେୟାର କରି ଅଙ୍କିତା କହିଛନ୍ତି, ‘୧୯-୨୦ ବର୍ଷ ବୟସରେ ମୁଁ ଫିଲ୍ମରେ କ୍ୟାରିୟର ପାଇଁ ଅନେକ ସ୍ଥାନରେ ଚେଷ୍ଟା କରୁଥିଲି । ଏହି ସମୟରେ ମୋତେ ଏକ ସାଉଥ୍ ଫିଲ୍ମରେ ଅଫର ମିଳିଥିଲା।  ଯେତେବେଳେ ମୁଁ ସେଠାକୁ ଗଲି, ଜଣେ ବ୍ୟକ୍ତି ରୁମ୍ ଭିତରକୁ ଡାକି କହିଲେ, ମୁଁ ଆପଣଙ୍କୁ କିଛି ପଚାରିବାକୁ ଚାହୁଁଛି । ତୁମକୁ କିଛି ବୁଝାମଣା କରିବାକୁ ପଡିବ । ତା’ପରେ ମୁଁ ପଚାରିଥିଲି ମୋତେ କେଉଁ ପ୍ରକାରର ବୁଝାମଣା କରିବାକୁ ପଡିବ । ମୋତେ ପାର୍ଟିକୁ ଯିବାକୁ ପଡିବ ନା ଡିନର୍ ରେ ? ସେ ବ୍ୟକ୍ତି ଜଣଙ୍କ ଜଣେ ବଡ ଅଭିନେତା ଥିଲେ । ସେ କହିଲେ ଆପଣଙ୍କୁ ପ୍ରଡ୍ୟୁସରଙ୍କ ସହିତ ଶୋଇବାକୁ ପଡିବ ।’

ଏହାର ଉତ୍ତର ଦେବାକୁ ଯାଇ ଅଙ୍କିତା ତାଙ୍କୁ କହିଥିଲେ, ଆପଣଙ୍କ ପ୍ରଡ୍ୟୁସରଙ୍କୁ ଶୋଇବା ପାଇଁ ଗୋଟିଏ ଝିଅ ଦରକାର କୌଣସି ଟ୍ୟାଲେଣ୍ଟେଡ୍ ଝିଅ ନୁହେଁ । ଏହା କହି ମୁଁ ତା ସେଠାରୁ ପଳାଇ ଆସିଥିଲେ। ଏହାପରେ ସେହି ବ୍ୟକ୍ତି ଜଣଙ୍କ ମୋତେ କ୍ଷମା ମାଗିଥିଲେ। ଏହାପରେ ମୋତେ ଫିଲ୍ମରେ କାଷ୍ଟ କରିବା ପାଇଁ ବାରମ୍ବାର ଚେଷ୍ଟା କରିଥିଲେ କିନ୍ତୁ ମୁଁ ମନା କରିଦେଇଥିଲି ବୋଲି ଅଙ୍କିତା କହିଛନ୍ତି।

ନିକଟରେ ଅଙ୍କିତା ପ୍ରଥମ ଥର ପାଇଁ ସୁଶାନ୍ତଙ୍କ ସହ ବ୍ରେକଅପ୍ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ । ଅଭିନେତ୍ରୀ କହିଛନ୍ତି, ସୁଶାନ୍ତ ସ୍ଥିର କରିନେଇଥିଲେ ତାଙ୍କୁ କଣ ଆବଶ୍ୟକ । ସେ ଏହା ସ୍ପଷ୍ଟ କରିଦେଇଥିଲେ ତାଙ୍କୁ ତାଙ୍କ କ୍ୟାରିୟରରେ ଆଗକୁ ବଢିବାର ଅଛି ।  ସେ ମୋତେ ଛାଡି କ୍ୟାରିୟର ବାଛିଥିଲେ। କିନ୍ତୁ ମୁଁ ସୁଶାନ୍ତଙ୍କ ପାଇଁ ମୋ କ୍ୟାରିଅରକୁ ପଛରେ ପକାଇଦେଇଥିଲି। ଏଥିପାଇଁ ଅନେକ ବଡ ବଡ ପ୍ରୋଜେକ୍ଟରେ  କାମ କରିବାକୁ ଅଫର ମିଳିଥିଲେ ମଧ୍ୟ ମୁଁ ମନା କରିଦେଇଥିଲି ବୋଲି ଅଙ୍କିତା କହିଛନ୍ତି।

ସୂଚନାଯୋଗ୍ୟ ଯେ, ଟିଭି ସିରିଏଲ `ପବିତ୍ର ରିସ୍ତା’ରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଛନ୍ତି ଅଙ୍କିତା ଲୋଖଣ୍ଡେ। ଏହାପରେ ସେ `ଝଲକ ଦିଖଲାଜା’ ଓ `କମେଡି ସର୍କସ୍‌’ ଭଳି ରିଆଲିଟି ଶୋ’ରେ ମଧ୍ୟ ନଜର ଆସିଥିଲେ। ପରେ କଙ୍ଗନା ରଣାୱତଙ୍କ ଫିଲ୍ମ `ମଣିକର୍ଣ୍ଣିକା’ରେ ସେ ବଲିଉଡରେ ଡେବ୍ୟୁ କରିଥିଳେ। ଏହାପରେ ତାଙ୍କୁ ଅହମ୍ମଦ ଖାନ୍‌ଙ୍କ ଫିଲ୍ମ `ବାଗି-୩’ରେ ଦେଖିବାକୁ ମିଳିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।