ବିଗ୍ ବିଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିଥିଲେ ଦୀପିକା
ମୁମ୍ବାଇ: ବିଗ୍ ବିଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ସର୍ବ ସମ୍ମୁଖରେ ଦୀପିକା ତାଙ୍କ ଉପରେ ଏଭଳି ଅଭିଯୋଗ ଉଠାଇଛନ୍ତି। ବିଗ୍ ବି ତାଙ୍କ ଖାଦ୍ୟ ଚୋରି କରିନେଉଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ନିକଟରେ ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ପ୍ରେସ କନ୍ଫରେନ୍ସ ସମୟରେ ଅମିତାଭ ବଚ୍ଚନ ତାଙ୍କ ଖାଦ୍ୟ ଚୋରି କରି ନେଉଥିବା ନେଇ ଦୀପିକା କହୁଛନ୍ତି। ଏହାର ଜବାବରେ ପ୍ରତି ତିନି ମିନିଟ୍ରେ ଖାଦ୍ୟ ଖାଉଥିଲେ ମଧ୍ୟ, କୁଆଡେ ଯାଉଛି ବୋଲି ବିଗ୍ ବି ପ୍ରଶ୍ନ ପଚାରୁଛନ୍ତି। ଦୀପିକା ପାଦୁକୋନ ଏବଂ ଅଭିତାଭ ବଚ୍ଚନଙ୍କ ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି, ଯାହା ଏବେ ପୁଣି ଥରେ ଭାଇରାଲ ହୋଇଛି।
ପ୍ରକୃତରେ ଏହି ଭିଡିଓଟି ହେଉଛି `ପିକୁ’ ଫିଲ୍ମ ପ୍ରମୋସନର। ଫିଲ୍ମ `ପିକୁ’ରେ ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ସହ କାମ କରିଥିଲେ। ସେତେବେଳେ ଫିଲ୍ମଟି ସୁପରହିଟ୍ ହୋଇଥିଲା। ଦିପୀକା, ବିଗ୍ ବି ଏବଂ ଇରଫାନଙ୍କ ଦମଦାର ଅଭିନୟ ଲୋକଙ୍କ ମନକୁ ଛୁଇଁଥିଲା।
View this post on Instagram
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।