ସଲମାନ୍-ଜନ୍ ଆବ୍ରାହମ୍ ଫାଇଟ୍

ମୁମ୍ବାଇ: ଏଥର ଇଦ୍‌ରେ ସଲମାନ୍ ଖାନ୍ ଓ ଜନ୍ ଆବ୍ରାହମଙ୍କ ମଧ୍ୟ ଜୋରଦାର ଫାଇଟ୍ ଦେଖିବାକୁ ମିଳିବ। ପବିତ୍ର ଇଦ୍‌ରେ ସଲମାନଙ୍କ ଫିଲ୍ମ ରିଲିଜ୍ ହୋଇଥାଏ ଏବଂ ବକ୍ସ ଅଫିସରେ ରେକର୍ଡ କରିଥାଏ। ହେଲେ ଏଥର ଜନ୍ ଆବ୍ରାହମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ-୨’ ଇଦ୍ ଅବସରରେ ମେ’ ୧୩ ତାରିଖରେ ଥିଏଟରରେ ରିଲିଜ୍ ହେବାକୁ ଯାଉଛି।

ବୁଧବାର ଜନ୍ ଫିଲ୍ମର ନୂଆ ପୋଷ୍ଟର ଶେଆର୍ କରିଛନ୍ତି, ଯେଉଁଥିରେ ସ୍ପଷ୍ଟ ହୋଇଛି ଯେ ସତ୍ୟମେବ ଜୟତେ-୨ରେ ଜନ୍ ଡବଲ୍ ରୋଲରେ ଆସିବେ। ଜନ୍ ଏହି ପୋଷ୍ଟର ସମ୍ବନ୍ଧରେ ସୂଚନା ଦେଇ ଟ୍ୱିଟ୍ କରିଛନ୍ତି, ‘ଚଳିତ ବର୍ଷ ଇଦରେ ସତ୍ୟା ଓ ଜୟ ମଧ୍ୟରେ ମୁକାବିଲା ହେବ। ଦୁହେଁ ଭାରତ ମା’ର ଦୁଇ ପୁଅ।’

ପୋଷ୍ଟରେ ଜନ୍‌ଙ୍କର ଗୋଟିଏ ଭୂମିକା ପୁଲିସ୍ ଅଫିସର ୟୁନିଫର୍ମରେ ଦେଖିବାକୁ ମିଳିଛି। ସେହିପରି ଅନ୍ୟ ଏକ ଭୂମିକାରେ ତାଙ୍କୁ ସାଧାରଣ ପୋଷାକରେ ଦେଖିବାକୁ ମିଳିଛି।

ସତ୍ୟମେବ ଜୟତେ-୨ର ନିର୍ଦ୍ଦେଶନା ଦେଉଛନ୍ତି ମିଲାପ ଜାଭେରୀ। ‘ସତ୍ୟମେବ ଜୟତେ’ର ପ୍ରଥମ ଭାଗ ୨୦୧୮ରେ ରିଲିଜ୍ ହୋଇଥିଲା। ଭୂଷଣ କୁମାର, କ୍ରିଷ୍ଣା କୁମାରଙ୍କ ଟି-ସିରିଜ୍ ଏବଂ ମୋନିଶା ଆଡଭାନୀ, ମଧୁ ଭୋଜବାନୀ ଓ ନିଖିଲ ଆଡଭାନୀଙ୍କର ଏମ୍ସ ଏଣ୍ଟରଟେନମେଣ୍ଟ ଦ୍ୱାରା ସତ୍ୟମେବ ଜୟତେ-୨ର ନିର୍ମାଣ କରାଯାଇଛି।

କିଛି ଦିନ ତଳେ ସଲମାନ୍ ଖାନ୍ ନିଜର ଆଗାମୀ ଫିଲ୍ମ ‘ରାଧେ’ର ପ୍ରଥମ ପୋଷ୍ଟର ସହ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଥିଲେ। ସଲମାନ୍ କହିଥିଲେ, ଇଦ୍ କା ବାଦା ଥା, ଇଦ୍ ପର୍ ହିଁ ଆୟେଙ୍ଗେ, କ୍ୟୁଙ୍କି ଏକ ବାର୍ ଜୋ ମୈନେ…। ସଲମାନ୍ ନିଜର ଚିରାଚରିତ ଢଙ୍ଗରେ ଏହି ପୋଷ୍ଟର୍ ରିଲିଜ୍ କରିଥିଲେ। ଏହି ଫିଲ୍ମ ଚଳିତ ବର୍ଷ ଇଦ୍ ଅର୍ଥାତ୍ ମେ’ ୧୩ ତାରିଖରେ ରିଲିଜ୍ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।