କମୁନି କେଜିଏଫ୍‌ କ୍ରେଜ୍‌, ୧୦୦୦ କୋଟି କ୍ଲବରେ ସାମିଲ୍‌

ମୁମ୍ବାଇ: କମୁନି କେଜିଏଫ୍‌ କ୍ରେଜ୍‌। ବକ୍ସ ଅଫିସର ନୂଆ ମନ୍‌ଷ୍ଟର ପାଲଟିଛି କେଜିଏଫ୍‌-୨। ଗୋଟିଏ ପରେ ଗୋଟିଏ ରେକର୍ଡ କରିଚାଲିଛି ସାଉଥ ଷ୍ଟାର୍‌ ୟଶ୍‌ଙ୍କ ଏହି ଫିଲ୍ମ । ନନ୍‌ଷ୍ଟପ୍‌ ବ୍ୟବସାୟ କରି ଏହି ଫିଲ୍ମ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବାରେ ଲାଗିଛି। ରିଲିଜର ତୃତୀୟ ସପ୍ତାହରେ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି ଏହି ଫିଲ୍ମ। ଏବେ କେଜିଏଫ-୨ର ହିନ୍ଦୀ ଭର୍ସନ ୩୫୦ କୋଟି ଟଙ୍କାରୁ ବି ଅଧିକ ଆୟ କରିସାରିଲାଣି। କେବଳ ସେତିକି ନୁହେଁ ଏହି ଫିଲ୍ମ ୱାର୍ଲ୍ଡ ୱାଇଡ୍‌ ବକ୍ସ ଅଫିସରେ ୧୦୦୦ କୋଟି କ୍ଲବରେ ସାମିଲ ହୋଇଛି। ୧୦୦୦ କୋଟିରୁ ବି ଅଧିକ ଟଙ୍କାର କଲେକ୍‌ସନ କରି ଏହି ଫିଲ୍ମ ନୂଆ କିର୍ତ୍ତିମାନ ସୃଷ୍ଟି କରିଛି।

କେଜିଏଫ୍‌-୨ ବିଶ୍ୱବ୍ୟାପୀ ୧୦୦୦ କୋଟି ଓ ହିନ୍ଦୀ ଭାଷାରେ ୩୫୦ କୋଟିର କଲେକସନ୍‌ କରି ପୁଣି ଥରେ ନିଜର ଦମ୍‌ ଦେଖାଇଛି। ଏନେଇ ଟ୍ରେଡ୍‌ ଆନାଲିଟିକ୍‌ ତରଣ ଆଦର୍ଶ ସୂଚନା ଦେଇଛନ୍ତି। ନୂତନ ଫିଲ୍ମ ରିଲିଜ୍ ହେବା ସତ୍ତ୍ଵେ ବି କେଜିଏଫ-୨ର କ୍ରେଜ ଜାରି ରହିଛି। ଏହି ଫିଲ୍ମ ଉପରେ ଅନ୍ୟ କୌଣସି ଫିଲ୍ମ ରିଲିଜର ପ୍ରଭାବ ପଡୁନାହିଁ ବୋଲି ସେ କହିଛନ୍ତି।

ନିକଟରେ ରିଲିଜ ହୋଇଥିବା ଅଜୟ ଦେବଗନଙ୍କ ଫିଲ୍ମ ରନୱେ-୩୪ ଓ ଟାଇଗର ସ୍ରଫଙ୍କ ହିରୋପନ୍ତି-୨ ଏହି କେଜିଏଫ୍‌-୨କୁ ଦୋହଲାଇ ପାରିନାହିଁ। ଏହି ଦୁଇଟି ଫିଲ୍ମ ଦ୍ୱାରା କେଜିଏଫ୍‌ର କୌଣସି କ୍ଷତି ହୋଇନାହିଁ ବରଂ କେଜିଏଫ୍‌ ପାଇଁ ଏହି ଦୁଇଟି ଫିଲ୍ମର ବ୍ୟବସାୟ ଧୀମେଇ ଯାଇଛି। କେଜିଏଫ୍‌ର କଲେସନ୍‌ ୱିକେଣ୍ଡରେ ଆହୁରି ବଢ଼ିପାରେ। ଇଦ୍‌ ଆଇ ହଲିଡେ’ର ଫାଇଦା ମିଳିବ ବୋଲି ସମ୍ଭାବନା ରହିଛି।

୧୦୦୦ କୋଟି ଆୟ କରି କେଜିଏଫ-୨ ବକ୍ସ ଅଫିସରେ ମୁନଷ୍ଟର ସାବ୍ୟସ୍ତ ହୋଇଛି। ତୃତୀୟ ସପ୍ତାହରେ ଭାରତରେ ଶୁକ୍ରବାର ସୁଦ୍ଧା ଫିଲ୍ମ ହିନ୍ଦୀ ଭାଷାରେ ୩୫୩.୬ କୋଟିର ଆୟ କରି ସାରିଛି। ଏଥିସହ ଫିଲ୍ମଟି ଦଙ୍ଗଲ, ବାହୁବଳୀ ଏବଂ ଆରଆରଆର ଭଳି ୧୦୦୦ କୋଟି କ୍ଲବରେ ସାମିଲ୍ ହେବାରେ ଚତୁର୍ଥ ଫିଲ୍ମ ପାଲଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।