ଏବେ ବିବାହ କରିବେନି, କିନ୍ତୁ ଲିଭ୍-ଇନ୍ରେ ରହିବେ!
ମୁମ୍ବାଇ: ବଲିଉଡ ସହ କ୍ରିକେଟର ସମ୍ପର୍କ ବେଶ୍ ପୁରୁଣା। ଏଭଳି ଅନେକ କ୍ରିକେଟର୍ ଅଛନ୍ତି, ଯିଏ ବଲିଉଡ ଅଭିନେତ୍ରୀକୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି। ଏବେ ଏହି ତାଲିକାରେ ଆଉ ଜଣଙ୍କ ନାଁ ଯୋଡି ହୋଇପାରେ। ଗତ ୩ ବର୍ଷ ହେବ ବଲିଉଡ ଷ୍ଟାର ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀଙ୍କୁ ଡେଟ୍ କରୁଛନ୍ତି ଭାରତୀୟ କ୍ରିକେଟର ଷ୍ଟାର୍ ବ୍ୟାଟ୍ସ ମ୍ୟାନ୍ କେ.ଏଲ୍ ରାହୁଲ। ଦୁହେଁ ଖୁବଶୀଘ୍ର ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ଏହି ଦମ୍ପତ୍ତି କିନ୍ତୁ ଏବେ ବିବାହ କରିବେନି। ବିବାହ ପୂର୍ବରୁ ଦୁହେଁ ଲିଭ୍-ଇନ୍ରେ ରହିବାକୁ ଯାଉଥିବା ନେଇ ଗୁଜବ ଆରମ୍ଭ ହୋଇଛି।
ଏବେ ଏକ ଭଡା ଘରେ ରହିବେ ଆଥିଆ ଓ ରାହୁଲ। ସୌଭାଗ୍ୟ ବଶତଃ ସେ ଅଭିନେତା ରଣବୀର କପୁର ଓ ଆଲିଆଙ୍କ ପଡୋଶୀ ସାଜିବେ। ଆଥିଆ ଓ ରାହୁଲଙ୍କ ଏହି ଭଡା ଘରଟି ‘ବାସ୍ତୁ’ ଠାରୁ ବେଶ୍ ନିକଟତର ବୋଲି ଶୁଣିବାକୁ ମିଳିଛି।
ଏହାପୂର୍ବରୁ ଯେତେବେଳେ ସେମାନଙ୍କ ବିବାହ ବିଷୟରେ ଗୁଜବ ସୃଷ୍ଟି ହୋଇଥିଲା, ସେତେବେଳେ ଶୁଣିବାକୁ ମିଳୁଥିଲା ଯେ ଏହି ଦମ୍ପତି ବାନ୍ଦ୍ରାସ୍ଥିତ କାର୍ଟର ରୋଡରେ ୪ ବେଡ୍ରୁମ୍ ବିଶିଷ୍ଟ ବିଲ୍ଡିଂ କିଣିବେ। ସେ ଏହି ବଙ୍ଗଳାକୁ ଭଡାରେ ଦେଇଥା’ନ୍ତେ ଏବଂ ଏହାର ଭଡା ମାସକୁ ୧୦ ଲକ୍ଷ ଟଙ୍କା ଥିଲା। କିନ୍ତୁ ବର୍ତ୍ତମାନ ସେମାନଙ୍କ ବିବାହ ବିଷୟରେ ଗୁଜବ ଶାନ୍ତ ହୋଇଯାଇଛି ଏବଂ ଉଭୟ ଚଳିତ ବର୍ଷ ବିବାହ କରିବେ ନାହିଁ।
ତାଜା ରିପୋର୍ଟ ଅନୁଯାୟୀ, ମୁମ୍ବାଇର ପାଲି ହିଲରେ ଥିବା ଏକ ବଡ କୋଠାର ୯ମ ମହଲାରେ ଥିବା ଏକ ଫ୍ଲାଟ୍କୁ ଏହି ଦମ୍ପତି ଭଡାରେ ନେବେ। ଏହାର ଇଣ୍ଟେରିୟର ଡିଜାଇନ୍ ସୁନୀଲ ଶେଟ୍ଟୀଙ୍କ ପତ୍ନୀ ମାନା ଶେଟ୍ଟୀ କରିବେ। ସମସ୍ତେ ଜାଣନ୍ତି ଯେ ମାନା ଜଣେ ଜଣାଶୁଣା ଇଣ୍ଟେରିୟର ଡିଜାଇନର୍।
ଆଥିଆ ଓ ରାହୁଲ ‘ସନ୍ଧୁ’ ପ୍ୟାଲେସ ନାମକ ଏକ ବିଲ୍ଡିଂରେ ନିଜ ସ୍ୱପ୍ନର ଘରକୁ ଡିଜାଇନ୍ କରୁଛନ୍ତି। ତେବେ ଲିଭ୍-ଇନ୍ରେ ନୁହେଁ ବିବାହ ପରେ ଦୁହେଁ ଏହି ଘରକୁ ସିଫ୍ଟ ହେବେ ବୋଲି କୁହାଯାଉଛି। ବର୍ତ୍ତମାନ ଏହି ଘରର କନ୍ଷ୍ଟ୍ରକ୍ସନ୍ ପୂରା ହୋଇନାହିଁ। ସବୁଠାରୁ ମଜାକଥା ଏହା ଯେ, ଏହି ବିଲ୍ଡିଂର ଦୁଇଟି ବିଲ୍ଡିଂ ଆଗକୁ ରଣବୀର-ଆଲିଆଙ୍କ ଘର ‘ବାସ୍ତୁ’ ଅଛି। ଅର୍ଥାତ ଆଥିଆ-ରାହୁଲ ଏବେ ରଣବୀର-ଆଲିଆଙ୍କ ପଡୋଶୀ ହେବାକୁ ଯାଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।