ଅଭିନେତା ମନୋଜ ବାଜପେୟୀ କରୋନାରେ ଆକ୍ରାନ୍ତ

ମୁମ୍ବାଇ: ବଲିଉଡ୍ ଅଭିନେତା ମନୋଜ ବାଜପେୟୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ସେ ନିଜକୁ ହୋମ୍ କ୍ୱାରେଣ୍ଟାଇନ୍ କରିଛନ୍ତି। ମନୋଜ ନିଜର ଆଗାମୀ ଫିଲ୍ମ ‘ଡେସପ୍ୟାଚ୍’ ପାଇଁ ଶୁଟିଂ କରୁଥିଲେ। ଫିଲ୍ମର ନିର୍ଦ୍ଦେଶକ କାନୁ ବେଲ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାହା ପରେ ମନୋଜ ନିଜର କୋଭିଡ୍ ଟେଷ୍ଟ କରାଇଥିଲେ।

ଏବେ ଉଭୟ ମନୋଜ ଓ କାନୁ ବେଲ୍ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଫିଲ୍ମର ଶୁଟିଂକୁ ସ୍ଥଗିତ କରିଦିଆଯାଇଛି। ମନୋଜ ଏବେ ସୁସ୍ଥ ଅଛନ୍ତି। କରୋନା ପାଇଁ ସେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରୁଛନ୍ତି। ସାରା ବିଶ୍ୱରେ ସାମ୍ବାଦିକତାକୁ ନେଇ ହେଉଥିବା ଅପରାଧକୁ ନେଇ ଆଧାରିତ ‘ଡେସପ୍ୟାଚ୍’ ଏକ ଇନଭେଷ୍ଟିଗେଟିଭ୍ ଥ୍ରୀଲର୍ ଫିଲ୍ମ। ଏହି ଫିଲ୍ମର ଶୁଟିଂ ଫେବୃଆରୀ ମାସରୁ ଆରମ୍ଭ ହୋଇଛି। ଫିଲ୍ମରେ ଶାହାନା ଗୋସ୍ୱାମୀ ରହିଛନ୍ତି।

ମନୋଜ ନିଜର ବହୁପ୍ରତୀକ୍ଷିତ ୱେବ୍ ସିରିଜ୍ ‘ଦି ଫ୍ୟାମିଲୀ ମ୍ୟାନ୍’ର ଦ୍ୱିତୀୟ ଭାଗର ରିଲିଜ୍ ଅପେକ୍ଷାରେ ଅଛନ୍ତି। ସେହିପରି ମାର୍ଚ୍ଚ ୨୬ ତାରିଖରେ ମନୋଜଙ୍କ ଅଭୀନିତ ଫିଲ୍ମ ‘ସାଇଲେନ୍ସ… କ୍ୟାନ୍ ୟୁ ହିୟର୍ ଇଟ୍? ଜି-୫ ପ୍ଲାଟଫର୍ମରେ ରିଲିଜ୍ ହେବ। ମନୋଜଙ୍କ ପୂର୍ବରୁ ବଲିଉଡ୍ ଅଭିନେତା ରଣବୀର କପୁର ଓ ପ୍ରଖ୍ୟାତ ଫିଲ୍ମନିର୍ମାତା ସଞ୍ଜୟ ଲୀଲା ଭନସାଲୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାବ୍ୟତୀତ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଓ ତାଙ୍କ ଝିଅ, ଅଭିନେତା ଅର୍ଜୁନ କପୁର, ମଲାଇକା ଅରୋରା, କୃତି ସାନନ୍, ବରୁନ୍ ଧୱନ୍, ଜେନେଲିଆ ଡି’ସୌଜା, ରାମ ଚରଣ ଓ ଏସଏସ୍ ରାଜାମୌଲୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।