ସ୍ତ୍ରୀ ଠାରୁ ମାଡ଼ ଖାଇଲେ ଅଭିନେତା ରିତେଶ! ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତା ରିତେଶ ଦେଶମୁଖ ଏବଂ ଜିନିଲିଆ ଡି’ସୁଜା। ଏ ଦୁହେଁ ବଲିଉଡର ବେଷ୍ଟ କପଲ। ଦୁହେଁ ପରସ୍ପରକୁ ୮ ବର୍ଷ ଡେଟ୍‌ କରିବା ପରେ ବିବାହ କରିଛନ୍ତି। ତେବେ ପାଖରେ ସୁନ୍ଦରୀ ସ୍ତ୍ରୀ ଥାଉ ଥାଉ ଅନ୍ୟ ଜଣଙ୍କ ହାତ ଧରି କଥା ହୋଇଥିଲେ ରିତେଶ। ଏହା ତାଙ୍କୁ ଏବେ ମହଙ୍ଗା ପଡିଛି। ରିତେଶଙ୍କୁ ପାନେ ଦେଇଛନ୍ତି ଜିନିଲିଆ। ସ୍ତ୍ରୀଙ୍କ ହାତରୁ ମାଡ ଖାଇଛନ୍ତି ଅଭିନେତା ରିତେଶ। ତାଙ୍କର ଏହି ମାଡ ଖାଇବାର ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜିନିଲିଆ ରିତେଶଙ୍କୁ ମାଡ ମାରୁଥିବା ଭିଡିଓ ସାମ୍ନାକୁ ଆସିଛି।  ଏହି ଭିଡିଓରେ ଜିନିଲିଆ ରିତେଶଙ୍କୁ ମାଡ ମାରି ମାରି ତାଙ୍କ ଅବସ୍ଥା ଢ଼ିଲା କରିଦେଇଛନ୍ତି। ମାଡ ଖାଇସାରିଲା ପରେ ରିତେଶ ଜିନିଲିଆଙ୍କୁ ହାତ ଯୋଡି ଭୁଲ୍‌ ମଧ୍ୟ ମାଗୁଥିବା ଦେଖିବାକୁ ମିଳିଛି। ଭିଡିଓକୁ ଦେଖିବା ପରେ ପ୍ରଶଂସକମାନେ ନିଜ ହସ ରୋକିପାରୁ ନାହାନ୍ତି।

ସୂଚନା ଯୋଗ୍ୟ ଯେ, ଏକ ଆୱର୍ଡ ଫଙ୍କସନ ବେଳେ ଡିମ୍ପଲ ଗାର୍ଲ ପ୍ରିତି ଜିଣ୍ଟାଙ୍କୁ ଦେଖି ଉତ୍ସାହିତ ହୋଇପଡିଥିଲେ ରିତେଶ। ତାଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ହାତକୁ ଧରି କିସ୍‌ ମଧ୍ୟ କରିଥିଲେ। ଏତିକି ବେଳେ ସ୍ତ୍ରୀ ଜିନିଲିଆ ମଧ୍ୟ ତାଙ୍କ ସାମ୍ନାରେ ଠିଆ ହୋଇଥିଲେ। ରତେଶଙ୍କ ଏଭଳି କାରନାମାକୁ ଦେଖି ଜିନିଲିଆ ଇର୍ଷା କରିବା ସହ ମନେ ମନେ ପ୍ରବଳ ରାଗି ଯାଇଥିଲେ । ଘରକୁ ଫେରିବା ପରେ ଜିନିଲିଆ ରିତେଶଙ୍କ କ’ଣ ଅବସ୍ଥା କରିଛନ୍ତି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି। ଏହି ମଜାଦାର ଭିଡିଓକୁ ଜିନିଲିଆ ତାଙ୍କ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି।

ରିତେଶ ଦେଶମୁଖଙ୍କୁ ଶେଷଥର ପାଇଁ ଫିଲ୍ମ `ବାଗି-୩’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଟାଇଗର ଶ୍ରଫ ଏବଂ ଶ୍ରଦ୍ଧା କପୁରଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହାବ୍ୟତୀତ ତାଙ୍କୁ `ମରଜାଁବା’ ଏବଂ `ହାଉସଫୁଲ-୪’ରେ ମଧ୍ୟ ଲିଡ୍‌ ରୋଲରେ ଦେଖିବାକୁ ମିଳିଥିଲା।

 

View this post on Instagram

 

A post shared by Genelia Deshmukh (@geneliad)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।