ହସ୍ପିଟାଲରେ ଭର୍ତ୍ତି ହେଲେ ସତୀଶ କୌଶିକ୍

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ମାତା ଓ ଅଭିନେତା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମାର୍ଚ୍ଚ ୧୭ ତାରିଖରେ ସତୀଶ କରୋନା ସଂକ୍ରମିତ ହେବା ନେଇ ସୋଶାଲ ମିଡିଆରେ ସୂଚନା ଦେଇଥିଲେ। ଏବେ ଖବର ମିଳିଛି ଯେ ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, କରୋନା ସଂକ୍ରମିତ ହେବାର ଦୁଇ ଦିନ ପରେ ସତୀଶ ଅସୁସ୍ଥ ଅନୁଭୂତ କରିଥିଲେ। ଏହା ପରେ ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁଯାୟୀ, ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ପୂର୍ବାପେକ୍ଷା ଉନ୍ନତ ଅଛି।

ସତୀଶଙ୍କ ମୁଖପାତ୍ର କହିଛନ୍ତି ଯେ ସତୀଶ ଜୀ ଏବେ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ସେ କରୋନା ଭ୍ୟାକସିନ୍ ନେବା ପାଇଁ ଚିନ୍ତା କରୁଥିଲେ ଏବଂ ସେହି ସମୟରେ ତାଙ୍କୁ ଦୁର୍ବଳ ଲାଗିଲା। ଏହା ପରେ ସେ ନିଜର କରୋନା ଟେଷ୍ଟ କରାଇଥିଲେ, ଯାହାର ରିପୋର୍ଟ ପଜିଟିଭ୍ ଆସିଛି। ସତୀଶ ଜୀ ନିଜକୁ ହୋମ୍ କ୍ୱାରେଣ୍ଟାଇନ୍ କରିଥିଲେ, କିନ୍ତୁ ଦୁଇଦିନ ହେବ ସେ ହସ୍ପିଟାଲରେ ଅଛନ୍ତି। ତାଙ୍କ ଆରୋଗ୍ୟ କାମନା କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ସତୀଶ ଧନ୍ୟବାଦ ଜଣାଇଥିବା ମୁଖପାତ୍ର କହିଛନ୍ତି।

ସତୀଶ କୌଶିକ ବଲିଉଡର ଜଣାଶୁଣା ଅଭିନେତା। ସେ ଅନେକ ଫିଲ୍ମରେ ପ୍ରମୁଖ ଭୂମିକା ତୁଲାଇ ସାରିଛନ୍ତି। ତାଙ୍କ ଅଧିକାଂଶ ସମୟରେ କମେଡି ଫିଲ୍ମରେ ଦେଖିବାକୁ ମିଳେ। ସତୀଶ ମଧ୍ୟ କିଛି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ସତୀଶଙ୍କ ବ୍ୟତୀତ ବଲିଉଡର ଆଉ କିଛି କଳାକାର ମଧ୍ୟ ଏହା ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିରେ ମନୋଜ ବାଜପେୟୀ, ତାରା ସୁତାରିୟା, ରଣବୀର କପୁର ଓ ସଞ୍ଜୟ ଲୀଲା ଭଂସାଲୀଙ୍କ ନାମ ସାମିଲ୍ ଅଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।