ଛାଡ଼ପତ୍ରରୁ ଦୂରେଇ ରହିବା ପାଇଁ ‘ଟ୍ୱିଙ୍କିଲ ଫର୍ମୁଲା’

ମୁମ୍ବାଇ: ଦୀର୍ଘଦିନ ହେବ ଫିଲ୍ମଠାରୁ ଦୂରରେ ରହିଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ୱିଙ୍କିଲ ଖନ୍ନା। ଫିଲ୍ମଠାରୁ ଦୂରେଇ ରହିଥିଲେ ମଧ୍ୟ ସେ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ ଅଛନ୍ତି। ନିୟମିତ ଭାବେ ସେ କିଛି ନା କିଛି ସୋଶାଲ୍ ମିଡିଆରେ ପୋଷ୍ଟ କରନ୍ତି। ନିକଟରେ ଟ୍ୱିଙ୍କିଲ ଏକ ଫଟୋ ସହ ଏକ ମଜାଦାର ଫର୍ମୁଲା ମଧ୍ୟ ଶେଆର କରିଛନ୍ତି। ଆଉ ଏହା ଭାଇରାଲ ହେଉଛି।

ଟ୍ୱିଙ୍କିଲ ଏବଂ ଅକ୍ଷୟ କୁମାର ଦୁହେଁ ଏବେ ହଲିଡେ’ରେ ଅଛନ୍ତି। ଏହି ହଲିଡେ’ ବେଳର ଦୁଇଟି ଫଟୋକୁ ଟ୍ୱିଙ୍କିଲ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଗୋଟିଏ ଫଟୋରେ ଟ୍ୱିଙ୍କିଲ ଏବଂ ଅକ୍ଷୟ ନର୍ମାଲ ପୋଜ ଦେଇଥିବା ବେଳେ ଅନ୍ୟଟିରେ ଅକ୍ଷୟଙ୍କ ନାକକୁ ଟ୍ୱିଙ୍କିଲ ଚିପି ଦେଇଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଶେଆର କରି ଟ୍ୱିଙ୍କିଲ ଲେଖିଛନ୍ତି, ‘ଇନଷ୍ଟାଗ୍ରାମ ଏବଂ ବାସ୍ତବ ଜୀବନର ଦମ୍ପତ୍ତି। ଯଦି ଆମେ ପରସ୍ପରକୁ ଦେଖି ଏଭଳି ହିଁ ହସୁଥିବା ଯେପରିକି ଆମେ କରୁ, ତା’ହେଲେ ଛାଡ଼ପତ୍ର ସଂଖ୍ୟା ବେଶ୍ କମିଯିବ।’

ଏହାପୂର୍ବରୁ ଅକ୍ଷୟ କୁମାର ମଧ୍ୟ ପତ୍ନୀ ଟ୍ୱିଙ୍କିଲଙ୍କ ସହ ଥିବାର ଏକ ଫଟୋ ଶେଆର କରିଥିଲେ। ଏହି ଫଟୋକୁ ଶେଆର କରି ଅକ୍ଷୟ କ୍ୟାପସନ ଲେଖିଥିଲେ, ମହାମାରୀ ମଧ୍ୟରେ ଛୁଟି ମିଳିଥିବାରୁ ମୁଁ ବେଶ୍‌ କୃତଜ୍ଞ।’

ସୂଚନାଯୋଗ୍ୟ ଯେ, ବଲିଉଡର ସବୁଠାରୁ ସଫଳ ଦମ୍ପତ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅକ୍ଷୟ ଏବଂ ଟ୍ୱିଙ୍କିଲ। ଜାନୁଆରୀ ୧୭ରେ ଉଭୟ ୨୧ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ଅକ୍ଷୟ ପତ୍ନୀ ଟ୍ୱିଙ୍କିଲଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ଲେଖିଥିଲେ।

 

View this post on Instagram

 

A post shared by Twinkle Khanna (@twinklerkhanna)

 

View this post on Instagram

 

A post shared by Akshay Kumar (@akshaykumar)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।