ରିମେକ୍ ଫିଲ୍ମ ‘ଚମେଲି କି ସାଦି’ ପାଇଁ ସୋନାକ୍ଷୀଙ୍କୁ ଅଫର

ମୁମ୍ୱାଇ: ୧୯୮୬ରେ ନିର୍ମୀତ କମେଡି ଫିଲ୍ମ ‘ଚମେଲି କି ସାଦି’ର ରିମେକ୍ ହେବାକୁ ଯାଉଛି। ଆଉ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କୁ ଅଫର ଦିଆଯାଇଛି। ଫିଲ୍ମ ନିର୍ମାତା ରାଧିକା ରାଓ ଓ ବିନୟ ସପ୍ରୁ ଖୁବଶୀଘ୍ର  ‘ଚମେଲି କି ସାଦି’ର ରିମେକ୍ କରିବାକୁ ଯାଉଛନ୍ତି। ‘ଚମେଲି କି ସାଦି’ ଫିଲ୍ମକୁ ସୋନାକ୍ଷୀ ହିଁ ଭଲ ଭାବେ ଉପସ୍ଥାପିତ କରିପାରିବେ । ଏଥିପାଇଁ ତାଙ୍କ ସହ ଆଲୋଚନା ଚାଲିଛି। ୪ରୁ ୫ଦିନ ମଧ୍ୟରେ ଏହା ଚୂଡାନ୍ତ ହୋଇଯିବ। ଆମେ ଚାହୁଁଛୁ ସୋନାକ୍ଷୀ ଏହି ଭୂମିକାରେ ଅଭିନୟ କରନ୍ତୁ ବୋଲି ଉଭୟେ ଇଚ୍ଛା ପ୍ରକାଶ କରିଛନ୍ତି।

ଫିଲ୍ମଟି ୩୨ବର୍ଷ ପୂର୍ବେ ନିର୍ମାଣ ହୋଇଥିଲେ ବି ଆଜି ବି ଆଜର ସମାଜକୁ ମଧ୍ୟ ପ୍ରଭାବିତ କରିବ। କାରଣ ଆଜି ବି ସମାଜରେ ଅନ୍ୟ ଜାତିରେ ବିବାହ ଉପରେ ପ୍ରତିବନ୍ଧକ ରହିଛି। ଯାହା ଦ୍ୱରା ଅନେକ ସମ୍ପର୍କ ଭାଙ୍ଗି ଯାଉଛି। ଏପରି କିଛି କଥାବସ୍ତୁକୁ ନେଇ ଫିଲ୍ମଟି ଗତିଶୀଳ ହେବ।