ହାସ୍ୟ କଳାକାର କିକୁ ଶରଦାଙ୍କୁ ଜାମିନ

ମୁମ୍ବାଇ: ନକଲ କରି ବୁଧବାର ଗିରଫ ହୋଇଥିବା କମେଡି କଳାକାର କିକୁ ଶରଦାଙ୍କୁ ଜାମିନ ମିଳିଛି। ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ କିକୁଙ୍କୁ ପୋଲିସ ଗିରଫ କରିଥିଲା। ଅଭିଯୋଗ ଅନୁସାରେ ଏକ ଟିଭି ଶୋରେ କିକୁ ଡେରା ସଚ୍ଚା ସୌଦାର ବାବା ଗୁରମିତ ରାମ ରହିମ୍ ସିଂହଙ୍କ ନକଲ କରିଥିଲେ। ଏହି ଘଟଣାରେ କିକୁଙ୍କ ନାଁରେ ହରିୟାଣାର ଏକ ଥାନରେ ମାମଲା ରୁଜୁ ହୋଇଥିଲା। ହରିୟଣା ପୋଲିସର ଏକ ଟିମ୍ ମୁମ୍ୱାଇ ଆସି କିକୁଙ୍କୁ ଗିରଫ କରିଥିଲା। ତେବେ କୁକି ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ପପୁଲାର ଟିଭି ଶୋ କମେଡି ନାଇଟ୍ସ ଉଇଥ କପିଲରେ ପଲକ ଭୂମିକାରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇଛନ୍ତି କିକୁ।