‘ଦଙ୍ଗଲ’ ପାଇଁ ୨୫ କେଜି ଓଜନ ବଢାଇଛନ୍ତି ଅମୀର

ମୁମ୍ବାଇ: କୁସ୍ତିଯୋଦ୍ଧା ପରି ଶରୀର କରିଛନ୍ତି ମିଷ୍ଟର ପରଫେକ୍ଟନିଷ୍ଟ୍ ଅମୀର ଖାନ୍। ଏଥିପାଇଁ ସେ ୨୫ କେଜି ଓଜନ ବଢ଼ାଇଛନ୍ତି। ଏହାସହ ଦିନରେ ୮ ଘଣ୍ଟାରୁ ଅଧିକ ସମୟ ଜିମରେ ଟ୍ରେନରଙ୍କ ସହାୟତରେ ବଡି ବିଲ୍ଡିଂ କରୁଛନ୍ତି। ବହୁ ପ୍ରତୀକ୍ଷିତ ବାୟୋପିକ୍ ‘ଦଙ୍ଗଲ’ ପାଇଁ ଅମୀର କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ବଡି ସେପ୍ ପରି ବଡି ବିଲ୍ଡ କରିଛନ୍ତି। ତେବେ ଫିଲ୍ମ ଶେଷ ହେବା ପରେ ସେ ଓଜନ କମାଇ ପୂର୍ବ ପରି ରଖିବେ ବୋଲି କହିଛନ୍ତି।ମଙ୍ଗଳବାର ‘ରଙ୍ଗ ଦେ ବସନ୍ତି’ର ୧୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଅମୀର।

ହରିୟାଣାର କୁସ୍ତିଯୋଦ୍ଧା ମହାବୀର ସିଂହ ପୋଗତଙ୍କ ଉପରେ ପର୍ଯ୍ୟବସିତ ହୋଇଛି ‘ଦଙ୍ଗଲ’। ଏଥରରେ ମହାବୀରଙ୍କ ଭୂମିକାରେ ଅଛନ୍ତି ଅମୀର।ଏହି ସ୍ପୋର୍ଟ୍ସ ଡ୍ରାମାର ନିର୍ମାଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇସାରିଛି। ବାକି ୧୦ ପ୍ରତିଶତ କାର୍ଯ୍ୟର ଶେଷ ହେବାକୁ ଆଉ କିଛି ଦିନ ଲାଗିବ।

ସୂଚନାଯୋଗ୍ୟ, ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ଦଙ୍ଗଲ’ ୨୦୧୬ ଡିସେମ୍ବରରେ ପରଦାକୁ ଆସିବ। ଏଥିପାଇଁ ପୂରା ଟିମ୍ ଉତ୍ସାହିତ ଅଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।