ଫେବୃୟାରୀ ୧୯ରେ ରିଲିଜ୍ ହେବ ବାୟୋପିକ ଫିଲ୍ମ ‘ନିରଜା’

ମୁମ୍ବାଇ: ରାମ୍ ମାଧବନୀଙ୍କ ନିର୍ଦ୍ଦେଶିତ ବାୟୋପିକ୍ ଫିଲ୍ମ ହେଉଛି ‘ନିରଜା’। ଫ୍ଲାଇଟ୍ ଆଟେନାଣ୍ଟ ନିରଜା ଭାନୋଟଙ୍କ ଲାଇଫ୍ ସାକ୍ରିଫାଇସର ଷ୍ଟୋରୀକୁ ନେଇ ନିର୍ମାଣ ହେଇଛି ଫିଲ୍ମ। ଏଥିରେ ନିରଜାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ‘ପ୍ରେମ ରତନ ଧନ ପାୟୋ’ ଷ୍ଟାର ସୋନମ୍ କପୁର। ମୁମ୍ୱାଇ-ନ୍ୟୁୟର୍କ ଯିବା ଭିତରେ କରାଚୀ ନିକଟରେ ପ୍ୟାନ୍ ଏ.ଏମ୍ ପ୍ଲାଇଟ୍-୭୩ ହାଇଜାକ୍ ହୋଇଯାଏ। ୩୫୯ ଜଣ ପାସେଞ୍ଜରଙ୍କ ଜୀବନକୁ ବଞ୍ଚାଇବା ଭିତରେ ବଳିପଡ଼ିଯା’ନ୍ତି ନିରଜା। ଏହାକୁ ନେଇ ଗୀତିଶୀଳ ହୋଇଛି ଫିଲ୍ମ ନିରଜା। ଫିଲ୍ମର ଟ୍ରେଲର୍ ରିଲିଜ୍ ହେଉ ହେଉ ଅନେକ ପ୍ରଶଂସା ପାଇସାରିଛି। ଫିଲ୍ମରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଶବାନା ଆଜମୀ, ଶେଖର ରବିଜାନୀ ପ୍ରମୁଖ ଅଭିନୟ କରିଛନ୍ତି। ଫେବୃୟାରୀ ୧୯ରେ ଏହା ରିଲିଜ୍ ହେବ।