ଫେବ୍ରୁଆରୀ ୨୬ରେ ପରଦାକୁ ଆସିବ ‘ଲଭ ଶଗୁନ୍’

ମୁମ୍ବାଇ: ସନ୍ଦେଶ ନାୟକଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍ ଫିଲ୍ମ ‘ଲଭ ଶଗୁନ୍’। ‍ଫେବ୍ରୁଆରୀ ୨୬ରେ ପରଦାକୁ ଆସିବ।  ବାହାଘର ପୂର୍ବରୁ ଶଗୁନରେ ମିଳିଥିବା ଲଭ୍ ପାଇଁ କେମିତି ‘ଜେଡି’ ହଇରାଣ ହୁଏ ଫିଲ୍ମର ଫ।ଷ୍ଟ ହାଫରେ ତାକୁ ଶୋ’ କରାଯାଇଛି। ଅନୁଜ୍ ସଚଦେବ ‘ଜେଡି’ ଚରିତ୍ର ପ୍ଲେ କରିଛନ୍ତି। ରୋମାନ୍ସ ସହ କମେଡିର ତଡକା ଦିଆଯାଇଛି ଏହି ଫିଲ୍ମରେ।

ଜେଡିଙ୍କ ଲାଇଫର ଅଛନ୍ତି ଅନେକ ନାୟିକା। କିନ୍ତୁ ଜେଡି ଭଲପାଇ ବସନ୍ତି ତିଆଙ୍କୁ। ଏହିଠୁ କାହାଣୀ ନିଏ ନୂଆ ମୋଡ। ଫିମେଲ୍ ଲିଡରେ ଅଛନ୍ତି ଅନେକ ହିରୋଇନ୍। ସେମାନେ ହେଲେ ନିଧି ସୁବୈୟା, ସମିନ୍, ସିଂପି ସିଂ ପ୍ରମୁଖ। ନିକଟରେ ଫିଲ୍ମର ଏକ ସ୍ୟାଡ୍ ସଙ୍ଗ ‘ହେରାନି’ ରିଲିଜ୍ ହୋଇଛି। ଅରିଜିତ୍ ସିଂ ଏହି ଗୀତଟିକୁ ଗାଇଥିବା ବେଳେ ଏହାର ମ୍ୟୁଜିକ୍ କଂପୋଜ୍ କରିଛନ୍ତି ରିଷି-ସିଦ୍ଧାର୍ଥ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।