ମୁହାଁମୁହିଁ ହେବେ ଜନ୍‌-ଅକ୍ଷୟ

ମୁମ୍ବାଇ: ବଲିଉଡରେ ଜନ୍‌ ଆବ୍ରାହମ୍‌ ଓ ଅକ୍ଷୟ କୁମାରଙ୍କ ଯୋଡ଼ି ଯେତେବେଳେ ପରଦାକୁ ଓହ୍ଲାଇଛନ୍ତି ଧମାକା କରିଛନ୍ତି। ଉଭୟ ଦର୍ଶକଙ୍କ ମନ ଜିଣିବା ସହ ଏମାନଙ୍କ ଅଭିନୀତ ଫିଲ୍ମ ହିଟ୍‌ ହୋଇଛି। ଏମାନଙ୍କୁ ବି-ଟାଉନ୍‌ରେ ସଫଳ ଯୋଡ଼ି ବୋଲି କୁହାଯାଏ। ଏହାସହ ଉଭୟଙ୍କ ମଧ୍ୟରେ ବିବାଦ ଥିବା ବହୁ ସମୟରେ ଚର୍ଚ୍ଚା ହୋଇଥାଏ। ଉଭୟ ପରସ୍ପରକୁ ଦେଖିବାକୁ ମଧ୍ୟ ପସନ୍ଦ କରି ନଥାନ୍ତି ବୋଲି ସୋସିଆଲ ମିଡିଆରେ ବହୁବାର ଭାଇରାଲ ହୋଇଛି। ଏହା ପରେ ବି ଉଭୟଙ୍କୁ […]

gold

gold

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 08:57 AM IST

Sports

Latest News

ମୁମ୍ବାଇ: ବଲିଉଡରେ ଜନ୍‌ ଆବ୍ରାହମ୍‌ ଓ ଅକ୍ଷୟ କୁମାରଙ୍କ ଯୋଡ଼ି ଯେତେବେଳେ ପରଦାକୁ ଓହ୍ଲାଇଛନ୍ତି ଧମାକା କରିଛନ୍ତି। ଉଭୟ ଦର୍ଶକଙ୍କ ମନ ଜିଣିବା ସହ ଏମାନଙ୍କ ଅଭିନୀତ ଫିଲ୍ମ ହିଟ୍‌ ହୋଇଛି। ଏମାନଙ୍କୁ ବି-ଟାଉନ୍‌ରେ ସଫଳ ଯୋଡ଼ି ବୋଲି କୁହାଯାଏ। ଏହାସହ ଉଭୟଙ୍କ ମଧ୍ୟରେ ବିବାଦ ଥିବା ବହୁ ସମୟରେ ଚର୍ଚ୍ଚା ହୋଇଥାଏ। ଉଭୟ ପରସ୍ପରକୁ ଦେଖିବାକୁ ମଧ୍ୟ ପସନ୍ଦ କରି ନଥାନ୍ତି ବୋଲି ସୋସିଆଲ ମିଡିଆରେ ବହୁବାର ଭାଇରାଲ ହୋଇଛି। ଏହା ପରେ ବି ଉଭୟଙ୍କୁ ଏକାଠି ଦେଖିବାକୁ ଦର୍ଶକ ସବୁ ବେଳେ ଚାହିଁଥାନ୍ତି। ଏବେ ପୁଣି ଥରେ ଏହି ଦୁଇ ଷ୍ଟାର, ସାଙ୍ଗ ହୋଇ ଆସୁଛନ୍ତି। ହେଲେ ଟିକେ ଅଲଗା ଷ୍ଟାଇଲ୍‌ରେ। ଅର୍ଥାତ ଉଭୟଙ୍କ ଫିଲ୍ମ ଗୋଟିଏ ଦିନରେ ରିଲିଜ ହେବାକୁ ଯାଉଛି।

https://twitter.com/akshaykumar/status/1010103147988217856

ଅକ୍ଷୟ କୁମାର ଷ୍ଟାରର ‘ଗୋଲ୍ଡ’ ଅଗଷ୍ଟ ୧୫ ତାରିଖରେ ରିଲିଜ ହେବାକୁ ଯାଉଛି। ଶୁଣିବାକୁ ମିଳୁଛି ଏହି ଦିନ ଜନ୍‌ଙ୍କ ଫିଲ୍ମ ‘ସତ୍ୟମେବ ଜୟତେ’ ମଧ୍ୟ ପରଦାକୁ ଆସିବ। ଏବେ ଏହି ଦୁଇଟି ଫିଲ୍ମର ବିଜ୍ଞାପନ କ୍ୟାମ୍ପେନ ମଧ୍ୟରେ କଡା ଟକ୍କର ହେଉଛି। ଗୋଲ୍ଡର ପୋଷ୍ଟର ରିଲିଜ ହେବା ପରେ ଜନ୍‌ଙ୍କ ଫିଲ୍ମର ଏକାଧିକ ପୋଷ୍ଟର ଏକା ଥରେ ରିଲିଜ ହୋଇଥିଲା। ଏହାପରେ ଅକ୍ଷୟ କୁମାରଙ୍କ ଫିଲ୍ମର ଆଉ ଏକ ପୋଷ୍ଟର ରିଲିଜ ହୋଇଥିଲା।

https://twitter.com/TheJohnAbraham/status/1009383616676286464

ଅକ୍ଷୟଙ୍କ ‘ଗୋଲ୍ଡ’ ଏକ ବାୟୋପିକ୍‌ ଫିଲ୍ମ ହୋଇଥିବା ବେଳେ ଜନ୍‌ଙ୍କ ‘ସତ୍ୟମେବ ଜୟତେ’ ଏକ ଫିକ୍ସନ ଡ୍ରାମା ମୁଭି। ସତ୍ୟମେବ ଜୟତର ନୂଆ ପୋଷ୍ଟରରେ ମନୋଜ ବାଜପେୟୀଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଏଥିରେ ସେ ଏକ ପୋଲିସ୍‌ ପୋଷାକରେ ନଜରକୁ ଆସୁଛନ୍ତି। ଏହାସହ ପୋଷ୍ଟରରେ ଆଏଶା ଶର୍ମା ମଧ୍ୟ ନଜରକୁ ଆସୁଛନ୍ତି।

ପୋଷ୍ଟରରେ ଏକ ମେଡାଲ ନଜରକୁ ଆସୁଛି। ଏହା ପରେ ସତ୍ୟମେବ ଜୟତେ ଲେଖାଯାଇଛି। ଉପରେ ଜାତୀୟ ପତାକା ରହିଛି। ଏହାପରେ ପୋଷ୍ଟରରେ ନିଆଁ ଜଳୁ ଥିବାର ଦୃଶ୍ୟ ରହିଛି। ଏହାକୁ ଟିକେ ଧ୍ୟାନରେ ଦେଖିଲେ ଜଣାପଡୁଛି ଏହା ଅଶୋକ ସ୍ତମ୍ଭର ପ୍ରତିକୃତି। ଫିଲ୍ମର ପଞ୍ଚ ଲାଇନ୍‌ ରହିଛି ‘ବେଇମାନ ପିଟେଗା, କରପ୍‌ସନ ମିଟେଗା’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story