‘ହାସୀନା’ ବାୟୋପିକରେ ସୋନାକ୍ଷୀ ସିହ୍ନା

ମୁମ୍ବାଇ: ଅଣ୍ଡରୱାଲ୍ଡ ଡନ୍ ଦାଉଦର ଭଉଣୀ ‘ହାସୀନା’କୁ ନେଇ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ଆଉ ଏକ ବାୟୋପିକ୍ ଫିଲ୍ମ। ଏହି ଫିଲ୍ମରେ ହାସୀନାଙ୍କ ଚରିତ୍ରରେ ଅଭିନୟ କରିବେ ଚୁଲବୁଲି ଡବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା। ଏହାକୁ ଅପୂ‍ର୍ବା ଲେଖିଆ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ଖବର ଏବେ ବଲିଉଡରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଫିଲ୍ମ ପାଇଁ ପ୍ରଯୋଜକ ଓ ଫାଇନାନସର ଖୋଜୁଛନ୍ତି ଅପୂର୍ବା। ଏ ନେଇ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଚର୍ଚ୍ଚା ଜୋର ଧରିଛି।