ସ୍ୱାମୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ହଲିଉଡ ଅଭିନେତ୍ରୀ
ଲସ୍ ଆଞ୍ଜୋଲିସ୍: ହଲିଉଡର ପ୍ରସିଦ୍ଧ ସେଲେବ୍ରିଟି ଦମ୍ପତ୍ତିଙ୍କ ସମ୍ପର୍କରେ ଫାଟ। ଅଭିନେତ୍ରୀ ଆଞ୍ଜୋଲିନା ଜଲି ଏବଂ ବ୍ରାଡ୍ ପିଟଙ୍କ ଛାଡପତ୍ର ପରେ ମଧ୍ୟ ସୁଧୁରରୁନି ସମ୍ପର୍କ। ଛାଡ଼ପତ୍ର ପରେ ସ୍ୱାମୀଙ୍କ ବିରୋଧରେ ସେ ଆଣିଛନ୍ତି ସଂଘାତିକ ଅଭିଯୋଗ। ଅଭିନେତ୍ରୀ ଆଞ୍ଜୋଲିନା ତାଙ୍କ ସ୍ୱାମୀ ବ୍ରାଡ୍ ପିଟ୍ଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି। ଏନେଇ ତାଙ୍କ ପାଖରେ ପୁରା ପ୍ରମାଣ ଥିବା ମଧ୍ୟ ସେ କହିଛନ୍ତି। କେବଳ ସେତିକି ନୁହେଁ ଏ ସବୁ ପ୍ରମାଣ ଏବଂ କିଛି ଡକ୍ୟୁମେଣ୍ଟ କୋର୍ଟରେ ଦେବା ପାଇଁ ରାଜି ଅଞ୍ଚନ୍ତି ଆଞ୍ଜୋଲିନା।
ସୂଚନାଯୋଗ୍ୟ ଯେ, ଦୀର୍ଘ ୧୨ ବର୍ଷ ଧରି ଲିଭ୍-ଇନ୍ ରିଲେସନରେ ରହିବା ପରେ ୨୦୧୪ରେ ବ୍ରାଡ୍ ପିଟ୍ ଏବଂ ଆଞ୍ଜୋଲିନା ବିବାହ କରିଥିଲେ। କିନ୍ତୁ ବିବାହର ୨ ବର୍ଷ ପରେ ଉଭୟ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଦୁହିଁଙ୍କ ମଧ୍ୟରେ ଥିବା ସମସ୍ୟା କେବେ ସମାଧାନ ହୋଇପାରିବ ନାହିଁ ବୋଲି କହି ଉଭୟ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ନିଜ ପିଲା ଛୁଆ ଏବଂ ପରିବାରର ସୁଖ ଶାନ୍ତି ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଆଞ୍ଜୋଲିନା କହିଥିଲେ।
୨୦୧୯ରେ ଆଞ୍ଜୋଲିନା ଏବଂ ବ୍ରାଡ ପିଟ୍ ଛାଡପତ୍ର ଉପରେ କୋର୍ଟ ମୋହର ଲଗାଇଥିଲେ। ଏବେ ତାଙ୍କ ଛଅ ଜଣ ପିଲାଙ୍କ କଷ୍ଟଡିକୁ ନେଇ କୋର୍ଟରେ ମାମଲା ବିଚାରଧୀନ ରହିଛି। ଏହାରି ଭିତରେ ଆଞ୍ଜେଲିନା ବ୍ରାଡ୍ଙ୍କ ବିରେଧରେ ଏଭଳି ସାଙ୍ଘାତିକ ଆଭିଯୋଗ ଆଣିଛନ୍ତି।
୨୦୧୬ରେ ବ୍ରାଡ ଏବଂ ତାଙ୍କ ବଡ ପୁଅ ମାଡକ୍ସଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ଦୁହେଁ ପରସ୍ପରଠାରୁ ଭିନ୍ନ ହୋଇଯାଇଥିଲେ। ଏକ ସାକ୍ଷାତକାର୍ରେ ଏହାକୁ ନେଇ ଆଞ୍ଜୋଲିନା କହିଥିଲେ, “ମୁଁ ମୋ ପିଲାଛୁଆ ଏବଂ ଛାଡପତ୍ର ଭଳି ଯନ୍ତ୍ରଣା ଦେଇ ଗତି କରୁଛି, ଏହା ବେଶ୍ ଯନ୍ତ୍ରଣା ଦାୟକ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।