ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭୋଜନ କଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାଁସ୍ୱା ଓଲାନ୍ଦଙ୍କ ସହ ସ୍ୱତନ୍ତ୍ର ମଧ୍ୟାହ୍ନ ଭୋଜନ କରିଛନ୍ତି ବଲିଉଡ୍ କୁଇନ ତଥ ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ମଙ୍ଗଳବାର ଭାରତରେ ଅବସ୍ଥାପିତ ଫ୍ରାନ୍ସର ରାଷ୍ଟ୍ରଦୂତଙ୍କ ଦ୍ୱାରା ଆୟୋଜିତ ଏକ ଭୋଜନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲା। ଏହି ଅବସରରେ ସେ ତାଙ୍କ ଅଭିନୀତ ବିଭିନ୍ନ ଫିଲ୍ମ ଓ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ନେଇ ଆଲୋଚନା କରିଥିଲେ। ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିବା ବେଳେ ସେ ନାଲି ମେହରାବ୍ ସିଲ୍କ (ସ୍ୱାତୀ ଓ ସୁନୟନାଙ୍କ ଦ୍ୱାରା ପ୍ରସ୍ତୁତ) ଶାଢ଼ି ପରିଧାନ କରିଥିଲେ। ଏହାକୁ ନେଇ ବଲିଉଡରେ ଚର୍ଚ୍ଚା ଜୋର ଧରିଛି। ଐଶ୍ୱର୍ଯ୍ୟା ଏବେ ବାୟୋପିକ୍ ‘ସରବଜୀତ’ର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି।

ସୂଚନାଯୋଗ୍ୟ, ଫ୍ରାନ୍ସ ସରକାର ୨୦୧୨ରେ ଐଶ୍ୱର୍ଯ୍ୟାଙ୍କୁ ‘ନାଇଟ୍ ଅଫ ଦ ଅର୍ଡର ଅଫ ଆର୍ଟ୍ସ ଆଣ୍ଡ ଲେଟର୍ସ’ ସମ୍ମାନରେ ସମ୍ମାନିତ କରିଥିଲେ।