‘ଜଗା ଜାସୁସ୍’ ବିଳମ୍ବ ହେବା ନେଇ ସଲ୍ଲୁଙ୍କୁ ଦୋଷ ଦେଲେ ଅନୁରାଗ ବସୁ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜଗା ଜାସୁସ୍’ ବିଳମ୍ବ ହେବା ନେଇ ଭାଇଜାନ ସଲମାନ୍ ଖାନଙ୍କୁ ଦୋଷ ଦେଇଛନ୍ତି ନିର୍ଦ୍ଦେଶକ ଅନୁରାଗ ବସୁ। ଜାନୁୟାରୀରୁ ଏହି ଫିଲ୍ମର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କୌଣସି କାରଣ ଯୋଗୁଁ ଏହି ଫିଲ୍ମର କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ହୋଇଛି। ସେଥିପାଇଁ ଅନୁରାଗ ସଲ୍ଲୁଙ୍କୁ ଦୋଷ ଦେଉଛନ୍ତି।

ଏଥିରେ ‘ତମାଶା’ ଷ୍ଟାରର ରଣବୀର କାପୁର ଓ ‘ଧୁମ-୩’ ଷ୍ଟାର କାଟ୍ରିନା ମୁଖ୍ୟ ଚରିତ୍ରରେ ଆସିବାରେ ଥିଲା। ସେ କହିଛନ୍ତି ଯେ, ରଣବୀରଙ୍କ ସହ କାଟ୍ରିନାଙ୍କ ବ୍ରେକ୍ ଅପ୍ ହେବା ଓ ସେହି ସମୟରେ କ୍ୟାଟ୍ ସଲ୍ଲୁଙ୍କୁ ଭେଟିବା ଯୋଗୁଁ  ଫିଲ୍ମ ନିର୍ମାଣରେ ବିଳମ୍ବ ହେଉଛି।

ଅନୁରାଗଙ୍କ ଏହି ଫିଲ୍ମ ୨୦୧୫ ଶେଷ ଆଡକୁ ପରାଦାକୁ ଆସିବାକୁ ଯୋଜନା ଥିଲା। ପରବର୍ତ୍ତୀ ସମୟରେ ଏହାକୁ ୨୦୧୬ ଜୁନରେ ରିଲିଜ ପାଇଁ ଯୋଜନା କରାଯାଇଥିଲା। ତେବେ ସୁଟିଂ କାର୍ଯ୍ୟ ଆଗେଇ ପାରୁ ନ ଥିବା ସେ କହିଛନ୍ତି।