ପ୍ରଶଂସା ଗୋଟାଉଛି ‘ଜୁବାନ’

ମୁମ୍ବାଇ: ନୂଆ କନସେପ୍ଟ ସହ ନୂଆ ଟେଷ୍ଟ୍ ନେଇ ଆସିଛି ଫିଲ୍ମ ‘ଜୁବାନ୍’। ମୋଜେଜ୍ ସିଂଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ହିଁ ଅନେକଗୁଡ଼ିଏ ଫିଲ୍ମ ଫେଷ୍ଟିଭାଲରେ ପ୍ରଶଂସା ସାଉଁଟିଛି। ସଙ୍ଗୀତ ଭିତ୍ତିକ ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଭିକି କୌଶଲ ଅଭିନୟ କରିଛନ୍ତି।

ସଙ୍ଗୀତ ଉପରୁ ବିଶ୍ୱାସ ହରାଇଛନ୍ତି ଭିକି। ଏହା ପରବର୍ତ୍ତୀ ସମୟରେ ତାଙ୍କର ଡରରେ ପରିଣତ ହେଉଛି। ଏହି ଡର କିପରି ପରବର୍ତ୍ତୀ ସମୟରେ ଜୀବନକୁ ଏକ ଭିନ୍ନ ମୋଡ଼ ଦେଉଛି ତାହାକୁ ନେଇ ଗତିଶୀଳ ହୋଇଛି ଫିଲ୍ମ। ଭିକିଙ୍କ ସହ ଫିମେଲ୍ ଲିଡରେ ନଜରକୁ ଆସିବେ ସାରାହ ଜେନ୍ ଡାଏସ୍। ମ୍ୟୁଜିକାଲ ଜର୍ଣ୍ଣି ସହ ରୋମାଣ୍ଟିକ୍ ଟ୍ରାକକୁ ଫିଲ୍ମରେ ଚିତ୍ରିତ କରିଛନ୍ତି ନିର୍ଦ୍ଦେଶକ। ଆସନ୍ତା ମାର୍ଚ୍ଚ ୪ରେ ପରଦାକୁ ଆସିବ ଫିଲ୍ମ ‘ଜୁବାନ୍’।