‘କାବିଲ୍’ର ଲିଡ୍ ରୋଲରେ ହ୍ରିତିକ୍

ମୁମ୍ବାଇ: ‘ଜଜବା’ର ସଫଳତା ପରେ  ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା ଏବେ ନିଜର ସେକେଣ୍ତ ପ୍ରୋଜେକ୍ଟ ସହ ରେଡ୍ଡି ହେଉଛନ୍ତି। ଫିଲ୍ମର ନାଁ ହେଉଛି ‘କାବିଲ୍’। ସଞ୍ଜୟ ଏହି ଫିଲ୍ମରେ ହ୍ରିତିକ୍ ରୋଶନଙ୍କୁ ନେବାକୁ ଚାହୁଁଛନ୍ତି।

କିନ୍ତୁ ହ୍ରିତିକ୍ ନିଜ କାନ୍ଧ ଯନ୍ତ୍ରଣା ପାଇଁ ଚିକିତ୍ସିତ ହେଉଛି। ଭଲ ହେବା ପରେ ସେ ପ୍ରଥମେ ‘ମହେଞ୍ଜୋଦାରୋ’ର ଶେଷ ଦୃଶ୍ୟର ସୁଟିଂ କରିବେ। ଆଉ ତା’ପରେ ‘କାବିଲ୍’ ପାଇଁ ଡେଟ୍ସ ଫ।ଇନାଲ୍ କରିବେ। ଏହି ଫିଲ୍ମ ଆସନ୍ତାବର୍ଷ ଫେବ୍ରୁଆରରେ ପରଦାକୁ ଆସିବ। ଏଥିପାଇଁ ଖୁବଶୀଘ୍ର ସୁଟିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା ସୂଚନା ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।