ସୁଟିଂ ସମୟରେ କରନ୍‌ ଖରାପ ଉଦ୍ଦେଶ୍ୟ ରଖି ସ୍ପର୍ଶ କରୁଥିଲେ: ଅନୁଷ୍କା

ମୁମ୍ବାଇ: ‘ଏ ଦିଲ୍‌ ହେ ମୁସକିଲ’ ସୁଟିଂ ସମୟରେ କରନ୍‌ ଖରାପ ଉଦ୍ଦେଶ୍ୟ ନେଇ ସ୍ପର୍ଶ କରୁଥିବା ଅଭିଯୋଗ ଆଣିଛନ୍ତି ଅନୁଷ୍କା ଶର୍ମା। କେବଳ ସେତିକି ନୁହେଁ ସେ କରନ୍‌ଙ୍କ ବିରୋଧରେ ଯୌନ ନିର୍ଯ୍ୟାତନାର ଅଭିଯୋଗ କରିବା ପାଇଁ ମଧ୍ୟ ଯାଇଥିବା କଥା କହିଛନ୍ତି। ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଅନୁଷ୍କା, କରନ୍‌ଙ୍କ ‘କଫି ୱିଥ୍‌ କରନ୍‌’ ଶୋରେ ଆସି କହିଛନ୍ତି। ‘ଏ ଦିଲ୍‌ ହେ ମୁସକିଲ୍‌’ ସୁଟିଂ ସମୟରେ ଅନୁଷ୍କାଙ୍କ ପ୍ରତି କରନ୍‌ଙ୍କ କ୍ରସ୍‌ ଆସିଥିବା କଥା […]

karan-anushka

karan-anushka

Rakesh Mallick
  • Published: Tuesday, 27 December 2016
  • Updated: 27 December 2016, 05:02 PM IST

Sports

Latest News

ମୁମ୍ବାଇ: ‘ଏ ଦିଲ୍‌ ହେ ମୁସକିଲ’ ସୁଟିଂ ସମୟରେ କରନ୍‌ ଖରାପ ଉଦ୍ଦେଶ୍ୟ ନେଇ ସ୍ପର୍ଶ କରୁଥିବା ଅଭିଯୋଗ ଆଣିଛନ୍ତି ଅନୁଷ୍କା ଶର୍ମା। କେବଳ ସେତିକି ନୁହେଁ ସେ କରନ୍‌ଙ୍କ ବିରୋଧରେ ଯୌନ ନିର୍ଯ୍ୟାତନାର ଅଭିଯୋଗ କରିବା ପାଇଁ ମଧ୍ୟ ଯାଇଥିବା କଥା କହିଛନ୍ତି। ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଅନୁଷ୍କା, କରନ୍‌ଙ୍କ ‘କଫି ୱିଥ୍‌ କରନ୍‌’ ଶୋରେ ଆସି କହିଛନ୍ତି।

‘ଏ ଦିଲ୍‌ ହେ ମୁସକିଲ୍‌’ ସୁଟିଂ ସମୟରେ ଅନୁଷ୍କାଙ୍କ ପ୍ରତି କରନ୍‌ଙ୍କ କ୍ରସ୍‌ ଆସିଥିବା କଥା ପ୍ରଥମେ କରନ୍‌ ଏହି ଶୋରେ କହିଥିଲେ। ଯାହାର ଉତ୍ତରରେ ଅନୁଷ୍କା, କରନ୍‌ଙ୍କ ଖରାପ୍‌ ଭାବନା ସଂପର୍କରେ ପ୍ରକାଶ କରିଥିଲେ।

ଅନୁଷ୍କାଙ୍କ ନିକଟରୁ ଏଭଳି କଥା ଶୁଣିବା ପରେ କରନ୍‌ ସଫେଇ ଦେବାକୁ ଚାହିଁଥିବା ବେଳେ ଅନୁଷ୍କା ଆଉ ଜଣେ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ସହ ମଧ୍ୟ କରନ୍‌ ଏଭଳି ଖରାପ ବ୍ୟବହାର କରିଥିବା କଥା କହିଲେ। ତେବେ ଶୋରେ ଅନୁଷ୍କାଙ୍କ ସହ ଉପସ୍ଥିତ ‌ଥିବା କ୍ୟାଟ୍ରିନା କରନ୍‌ଙ୍କ ସପକ୍ଷରେ ରହିବା ସହ ଏହି କଥାକୁ ଆଗକୁ ନ ବଢ଼ାଇବା ପାଇଁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos