ରୋଷେଇ ଶିଖିଲେ ଅର୍ଜୁନ

ମୁମ୍ବାଇ: ଏପ୍ରିଲ ୧ରେ ରିଲିଜ୍ ହେବ ଆର ବାଲକିଙ୍କ ନିର୍ଦ୍ଦେଶିତ ‘କି ଆଣ୍ଡ୍ କା’। ଏହି ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି ଅର୍ଜୁନ କପୁର ଓ କରୀନା କପୁର ଖାନ୍। ଏଥିରେ ଏକ ଡିଫରେଣ୍ଟ୍ ରୋଲରେ ଦେଖିବାକୁ ମିଳିବ ଅର୍ଜୁନଙ୍କୁ। ସେ ଏଥିରେ ଜଣେ ‘ଷ୍ଟେ-ଆଟ୍-ହୋମ୍ ହଜବ୍ୟାଣ୍ଡ୍’ ଭୂମିକାରେ ଆସୁଛନ୍ତି। ଆଉ ଏହି ଚରିତ୍ରକୁ ନିଖୁଣ ଭାବେ ନିଭାଇବା ପାଇଁ ଖୁବ୍ ମେହନତ କରିଛନ୍ତି ଅର୍ଜୁନ। ଏଥିପାଇଁ ସେ ରୋଷେଇ ବି ଶିଖିଛନ୍ତି।

ଅର୍ଜୁନ କହିଛନ୍ତି, ‘ମୁଁ ହାଉସ୍ ହଜବ୍ୟାଣ୍ଡ୍ ଭୂମିକାରେ ଅଭିନୟ କରୁଛି। ଏହି ଚରିତ୍ର ପାଇଁ ମୁଁ ରୋଷେଇ ଶିଖିଛି। ଏ ପ୍ରକାର ରୋଲରେ ମୁଁ ପୂର୍ବରୁ କେବେ ଅଭିନୟ କରି ନ ଥିଲି। ଏପରିକି ଏହା ପୂର୍ବରୁ ମୁଁ ରିୟଲ୍ ଲାଇଫରେ ବି କେବେ ରୋଷେଇ କରି ନ ଥିଲି।’

ଅର୍ଜୁନ ‘କି ଆଣ୍ଡ୍ କା’ରେ ଏକ ସିନରେ ତାଙ୍କର ଫେଭରାଇଟ୍ ଲେବାନିସ୍ ଡିସ୍ ରୋଷେଇ କରୁଥିବା ଦେଖିବାକୁ ମିଳିବ।

ଏଇ ଫିଲ୍ମରେ ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କର ଗେଷ୍ଟ୍ ଆପିୟରାନ୍ସ ଅଛି।