ରଣବୀର ସିଂହଙ୍କ ଚାହାଣି କାହାକୁ କଲା ଦିୱାନା?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମାନଙ୍କ ସୌନ୍ଦର୍ଯ୍ୟର ଖୁବ୍ ଚର୍ଚ୍ଚା ହୋଇଥାଏ। କେବେ ସେମାନଙ୍କ ଆଖି ତ କେବେ ଓଠକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥାଏ। କିନ୍ତୁ କେବେ କେଉଁ ଅଭିନେତା ଅନ୍ୟ ଜଣେ ଅଭିନେତା ଚାହାଣିରେ ଫିଦା ହୋଇ ତାଙ୍କୁ ନେଇ ତାରିଫ କରିବା ଶୁଣିଛନ୍ତି? ଯଦିଓ ଶୁଣି ନାହାନ୍ତି ତେବେ ଶୁଣନ୍ତୁ -ଅଭିନେତା ଅର୍ଜୁନ କପୁର ରଣବୀର ସିଂହଙ୍କ ଚାହାଣିର ଦିୱାନା ହୋଇଯାଇଛନ୍ତି। ସମସ୍ତେ ଜାଣନ୍ତି ବଲିଉଡ୍‌ରେ ରଣବୀର ସିଂହ ଓ ଅର୍ଜୁନ କପୁର ଖୁବ୍ ଭଲ ସାଙ୍ଗ।

eye
ଏଇ ଫଟୋଟିକୁ ରଣବୀର ସିଂହ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ

ନିକଟରେ ରଣବୀର ସିଂହ ଫିଲ୍ମ ‘ପଦ୍ମାବତୀ’ର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଅନେକ ଏଥିରେ ଲାଇକ୍‌ ଓ କମେଣ୍ଟ କରିଛନ୍ତି। କିନ୍ତୁ ଫଟୋଟିକୁ ଅର୍ଜୁନ ଦେଖିବା ପରେ ତାର ପୂରା ଫ୍ୟାନ୍ ହୋଇଯାଇଛନ୍ତି । ସେ ତାଙ୍କ କମେଣ୍ଟରେ ଲେଖିଥିଲେ- ‘ୟେ କାଲି କାଲି ଆଁଖେ’। ଯେଉଁମାନେ ଜାଣିନାହାନ୍ତି ସେମାନଙ୍କ ପାଇଁ ଲେଖି ଦେଉଛୁ ଯେ ଏ ଗୀତଟି ୧୯୯୩ରେ ରିଲିଜ ହୋଇଥିବା ଶାହାରୁଖ୍ ଖାନଙ୍କ ଫିଲ୍ମ‘ବାଜିଗର’ର।

ରଣବୀରଙ୍କ ପଦ୍ମାବତୀ ଫିଲ୍ମର ଏହି ଚାହାଣିକୁ ନେଇ ବହୁତ ଚର୍ଚ୍ଚା ହେଉଛି। ଏଥିରେ ସେ ବହୁତ କ୍ରୁର ନଜର ଆସୁଛନ୍ତି। ଏହି ଫିଲ୍ମରେ ଦୀପିକାଙ୍କ ଲୁକ୍‌କୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ହେଉଛି।