ମୃତ୍ୟୁ ପୂର୍ବରୁ ଶେଷ ମେକ୍‌ଅପ୍‌; ନାମାବଳୀ କୁର୍ତ୍ତା ସାଙ୍ଗକୁ ପିନ୍ଧିଛନ୍ତି ଧୋତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଚାଲିଗଲେ ରାଇମୋହନ ପରିଡ଼ା। ବୋଧହୁଏ ଏଇଟା ଶେଷ ଫିଲ୍ମ ହେବ ବୋଲି ସେ ବହୁ ପୂର୍ବରୁ ଜାଣିଥିଲେ! ଯେଉଁଥିପାଇଁ ଖଣ୍ଡା ଓ ଭୁଜାଲି ଧରି ରକ୍ତର ହୋଲି ଖେଳୁଥିବା ରାଇମୋହନ ମୁଣ୍ଡରେ ଲଗାଇଥିଲେ ତିଳକ। ଆଉ ପିନ୍ଧି ଥିଲେ ନାମାବଳୀର ଡ୍ରେସ୍‌ ସାଙ୍ଗକୁ ଧୋତି। ଆଗାମୀ ଫିଲ୍ମ ‘ଓଁ ସ୍ୱାହା’ରେ ଏହି ଗେଟ୍‌ଅପ୍‌ରେ ରାଇମୋହନଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏଲ୍‌.ଟି. ପ୍ରକ୍ସସନ୍‌ ପ୍ରଯୋଜନାରେ ତିଆରି ହେଉଛି ନୂଆ […]

Raimohan Parida

Raimohan Parida

Manoranjan Sial
  • Published: Saturday, 25 June 2022
  • Updated: 25 June 2022, 07:18 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଚାଲିଗଲେ ରାଇମୋହନ ପରିଡ଼ା। ବୋଧହୁଏ ଏଇଟା ଶେଷ ଫିଲ୍ମ ହେବ ବୋଲି ସେ ବହୁ ପୂର୍ବରୁ ଜାଣିଥିଲେ! ଯେଉଁଥିପାଇଁ ଖଣ୍ଡା ଓ ଭୁଜାଲି ଧରି ରକ୍ତର ହୋଲି ଖେଳୁଥିବା ରାଇମୋହନ ମୁଣ୍ଡରେ ଲଗାଇଥିଲେ ତିଳକ। ଆଉ ପିନ୍ଧି ଥିଲେ ନାମାବଳୀର ଡ୍ରେସ୍‌ ସାଙ୍ଗକୁ ଧୋତି। ଆଗାମୀ ଫିଲ୍ମ ‘ଓଁ ସ୍ୱାହା’ରେ ଏହି ଗେଟ୍‌ଅପ୍‌ରେ ରାଇମୋହନଙ୍କୁ ଦେଖିବାକୁ ପାଇବେ ଦର୍ଶକ।

[caption id="attachment_744621" align="aligncenter" width="650"]Raimohan ସାଥୀ କଳାକାରଙ୍କ ସହିତ ରାଇମୋହନ[/caption]

ଏଲ୍‌.ଟି. ପ୍ରକ୍ସସନ୍‌ ପ୍ରଯୋଜନାରେ ତିଆରି ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଓଁ ସ୍ୱାହା’। ଏଥିରେ ଡାଏଲଗ ମାଷ୍ଟର ରାଇମୋହନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଆଲୋଚନା ହେଉଛି। ତେବେ ପୂରା ଫିଲ୍ମ ସମ୍ପର୍କରେ କିଛି ଜଣାପଡ଼ିନଥିଲେ ମଧ୍ୟ ଚର୍ଚ୍ଚାରେ ରହିଛି ରାଇମୋହନଙ୍କ ଗେଟ୍‌ଅପ୍‌।

[caption id="attachment_744622" align="aligncenter" width="650"]Raimohan Parida ଫିଲ୍ମର ଗୋଟିଏ ସିନ୍‌ରେ ରାଇମୋହନ[/caption]

ରାଇମୋହନ ନାମାବଳୀର ଡ୍ରେସ୍‌ ପିନ୍ଧିଥିବା ବେଳେ ବେକରେ ପକାଇଛନ୍ତି ଉତ୍ତରୀୟ। ବେଶ୍‌ ଖୁସି ମିଜାଜ୍‌ରେ ଥିଲା ପରି ଦେଖାଯାଉଛନ୍ତି। ସେ କେତେବେଳେ ସାଥୀ କଳାକାରଙ୍କ ସହିତ ଚରିତ୍ରରେ ଭିଜୁଥିଲେ ତ ଆଉ କେତେବେଳେ ଗପସପ ହେଉଥିବା ଫଟୋରେ ଦେଖିବାକୁ ମିଳିଛି। ରାଇମୋହନଙ୍କ ଦେହାନ୍ତ ପରେ ‘ଓଁ ସ୍ୱାହା’ ଚଳଚ୍ଚିତ୍ରର ଶୁଟିଂ ସେଟ୍‌ର ଫଟୋ ଗୁଡ଼ିକ ସାମ୍ନାକୁ ଆସିଛି।

[caption id="attachment_744623" align="alignnone" width="650"]Raimohan Parida ସୁଟିଂ ପରେ ସାଥୀ କଳାକାରଙ୍କ ସହିତ ଫଟୋ ପୋଜ ଦେଉଛନ୍ତି ରାଇମୋହନ[/caption]

ଆଜି କିନ୍ତୁ ନାହାନ୍ତି ଓଲିଉଡ୍‌ର ଡାଏଲଗ୍‌ ମାଷ୍ଟର ରାଇମୋହନ ପରିଡ଼ା। ଶୁକ୍ରବାର ତାଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ତାଙ୍କ ମୃତ୍ୟୁରେ ଗୁମୁରୀ କାନ୍ଦୁଛି ଓଲିଉଡ୍‌। ସାଥୀ କଳାକାର ଓ ତାଙ୍କୁ ଭଲ ପାଉଥିବା ଲୋକମାନେ ତାଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos