‘ମହେଞ୍ଜୋଦାରୋ’ ସୁଟିଂ ବେଳେ ହ୍ରିତିକ୍ ଆହତ

ମୁମ୍ବାଇ: ବଲିଉଡର ବହୁ ପ୍ରତିକ୍ଷିତ ଫିଲ୍ମ ‘ମହେଞ୍ଜୋଦାରୋ’ର ସୁଟିଂ ସେଟରେ ଆହତ ହୋଇଛନ୍ତି ‘କ୍ରିସ’ ଷ୍ଟାର ହ୍ରିତିକ୍ ରୋଶନ୍। ଫିଲ୍ମର ଏକ ଆକ୍ସନ ସିକ୍ୱେନସର ସୁଟିଂ ଚାଲିଥିବା ବେଳେ ସେ ଆହତ ହୋଇଛନ୍ତି। ଏ ନେଇ ହ୍ରିତିକ୍ ତାଙ୍କ ଫ୍ୟାନମାନଙ୍କୁ ଟ୍ୱିଟ କରି ଜଣାଇଛନ୍ତି। ତାଙ୍କ ଆଣ୍ଠୁରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏଥିପାଇଁ ଦୁଇ ସପ୍ତାହ ପାଇଁ ତାଙ୍କୁ ବିଶ୍ରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

ଏହିଫିଲ୍ମକୁ ଆଶୁତୋଷ ଗୋୱାରିକର ନିର୍ଦ୍ଦେଶନା ଦେଉଥିବା ବେଳେ ଆସନ୍ତା ବର୍ଷ ଅଗଷ୍ଟ ୧୨ ତାରିଖରେ ରିଲିଜ ହେବ। ଏଥିରେ ବିଭିନ୍ନ ଚରିତ୍ରରେ ପୂଜା ହେଡଗେ, କବୀର ବେଦୀ, ଅରୁଣୋଦୟ ସିଂହ, କିଶୋରୀ ଶାହାଣେ, ସି.ଫ୍ରାଙ୍କ ଓ ମନିଷ ଚୌଧୁରୀ ଅଭିନୟ କରିବେ।