କୋଲକତା: ମିମି ଚର୍କବର୍ତ୍ତୀ। ଚଳିତ ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଟିମଏମସି ଟିକେଟରୁ ଲୋକସଭାକୁ ଯାଇଥିବା ଏହି ସାଂସଦଙ୍କୁ ମିଳିଛି ସବୁଠୁ ଗ୍ଲାମରସ୍ ସାଂସଦ ହେବାର ସୌଭାଗ୍ୟ। ପେଶାରେ ଜଣେ ସଫଳ ଅଭିନେତ୍ରୀ ହୋଇ ପାରିଥିବା ମିମି ଖୁବ୍ କମ୍ ବୟସରୁ ଆରମ୍ଭ କରିଛନ୍ତି ନିଜ ରାଜନୈତିକ କ୍ୟାରିଅର। ସୋଶାଲ ମିଡିଆରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।
ପ୍ରାୟ ୩ ଲକ୍ଷ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଥିବା ମିମିଙ୍କ ଲାଗି ଏ ବର୍ଷ ବେଶ୍ ଲକି । ଏହି ବର୍ଷ ସେ ନୂଆ କରି ରାଜନୀତିରେ ପାଦ ଦେଇ ସଫଳତା ପାଇଥିବା ବେଳେ ଏ ବର୍ଷ ତାଙ୍କର ୨ଟି ଫିଲ୍ମ ବି ରିଲିଜ୍ ହୋଇଛି। ନିର୍ବାଚନୀ ପ୍ରଚାର ସମୟରେ ଏକ ଭିଡିଓ ଯୋଗୁ ଚର୍ଚ୍ଚାକୁ ଆସିଥିଲେ ମିମି। ଏଥିରେ ସେ ଗ୍ଲୋବସ୍ ଲଗାଇ ଲୋକଙ୍କ ସହ ହାତ ମିଳାଉଥିଲେ। ଏହାକୁ ନେଇ ବହୁତ ବାଦ ବିବାଦ ଦେଖାଦେଇଥିଲା। ହେଲେ ଏହାର କାରଣ ହାତରେ ହୋଇଥିବା ସଂକ୍ରମଣ ବୋଲି ସେ ସଫେଇ ଦେଇଥିଲେ।
ପୂର୍ବରୁ ଫେମିନା ମିସ୍ ଇଣ୍ଡିଆରେ ସାମିଲ ହୋଇ ସାରିଥିବା ୩୦ ବର୍ଷୀୟା ଏହି ଅଭିନେତ୍ରୀ ୨୦୦୮ ମସିହାରୁ ନିଜ ଆକ୍ଟିଂ କ୍ୟାରିଅର ଆରମ୍ଭ କରିଥିଲେ। ବିଗତ ୧୦ ବର୍ଷ ମଧ୍ୟରେ ସେ ପଶ୍ଚିମବଙ୍ଗର ଟେଲି ଦୁନିଆ ଓ ସିନେ ଜଗତର ଏକ ପରିଚିତ ନାଁ ହୋଇ ସାରିଲେଣି। ଜଲପାଇଗୁଡିରେ ନିଜ ସ୍କୁଲିଂ ଶେଷ କରିଥିବା ମିମି ୨୦୦୬ ମସିହାରେ କୋଲକତାର ଆଶୁତୋଷ କଲେଜରୁ ଗ୍ରାଜୁଏସନ କରିଥିଲେ। ଫିଟନେସ୍କୁ ନେଇ ସିରିୟସ୍ ମିମି ମଧ୍ୟ ସୋଶାଲ ମିଡିଆରେ ବହୁ ଥର ଏବ୍ସ ଦେଖାଉଥିବାର ହୋଇଛନ୍ତି କ୍ୟାପଚର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।