ନୱାଜୁଦ୍ଦିନଙ୍କ ବିରୋଧରେ ଏତଲା

ମୁମ୍ବାଇ: ‘ମାଝି ଦ ମାଉଣ୍ଟେନ ମ୍ୟାନ୍’ର ଷ୍ଟାର ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଜଣେ ମହିଳା ଭର୍ସୋବା ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି। ପାର୍କିଂ ସ୍ପେସକୁ ନେଇ ନୱାଜୁଦ୍ଦିନ୍ ମହିଳା ଜଣଙ୍କୁ ଧକ୍କା ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ମାମଲା ରୁଜୁ କରିଛନ୍ତି ଜଣେ ମହିଳା। ନୱାଜୁଦ୍ଦିନ ରହୁଥିବା ବିଲଡିଂରେ ପାର୍କିଂ ସ୍ପେସ୍କୁ ନେଇ ସବୁବେଳେ ଗଣ୍ଡଗୋଳ ହେଉଥିଲା। ବର୍ଷେ ପୂର୍ବରୁ ନୱାଜୁଦ୍ଦିନ ଏହି ବିଲ୍ଡିଂରେ ରହିବା ପରେ ପାର୍କିଂକୁ ନେଇ ଭୀଷଣ ପାଟିତୁଣ୍ଡ ହୋଇଥିବା ସେ କହିଛନ୍ତି।