ନନ୍ଦଲାଲ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ କାହାଣୀକାର ତଥା ସଂଳାପ ଲେଖକ ନନ୍ଦଲାଲ ମହାପାତ୍ରଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଅସୁସ୍ଥତା ହେତୁ ଗତ କିଛି ଦିନ ହେଲା ସେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲା।

ଏକାଧିକ ଫିଲ୍ମ ଓ ଧାରବାହିକର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ନନ୍ଦଲାଲ। ତାଙ୍କର ଶେଷ ସିନେମା ଥିଲା ‘ଗାଁର ନାଁ ଗାଲୁଆପୁର’। ‘ନୀରବ ଝଡ଼’, ‘କ୍ଲାନ୍ତ ଅପରାହ୍ନ’, ‘ଭିଜାମାଟିର ସ୍ୱର୍ଗ’ ଓ ‘ମଝି ପାହାଚ’ ପରି ଅନେକ ସିନେମାର କାହାଣୀ ଓ ସଂଳାପ ଲେଖିଥିଲେ ନନ୍ଦଲାଲ। ତାଙ୍କର ଆଉ କିଛି ଫିଲ୍ମ ହେଉଛି  ‘ଶୀତ ରାତି’, କିଛି ସ୍ମୃତି କିଛି ଅନୁଭୂତି’ ଓ ‘ପର ଝିଅ ଘର ଭାଙ୍ଗେନା’।

ଧାରାବାହିକ ‘ସମାନ୍ତର’, ‘ଗୁରୁବାରୀ’, କଳାତ୍ମକ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଓ ‘କନିକା’ର ସଂଳାପ ମଧ୍ୟ ସେ ଲେଖିଥିଲେ ଓ ସେଗୁଡ଼ିକ ବେଶ୍ ଲୋକାଦୃତ ହୋଇଥିଲା। ତରଙ୍ଗ ଟିଭି ପାଇଁ ୩ଟି ସର୍ଟ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ନନ୍ଦଲାଲ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।