ଦିନେ ଭିକ ମାଗୁଥିଲେ ବଲିଉଡ୍‌ର ସଞ୍ଜୁ ବାବା, ଚାଲନ୍ତୁ ଜାଣିବା କ’ଣ ଥିଲା ଏହାର କାରଣ

ମୁମ୍ବାଇ: ଫିଲ୍ମି ମାହୋଲ ଆଉ ରଙ୍ଗୀନ ଚାକଚକ୍ୟ ଭିତରେ ସବୁବେଳେ ଝଲସୁଥିବା ଆମ ବଲିଉଡ୍‌ ତାରକା ବି ଜଣେ ଜଣେ ସାଧାରଣ ମଣିଷ। ଜୀବନ, ଯନ୍ତ୍ରଣା, ସୁଖ, ଦୁଃଖ ଭିତରେ ତାଙ୍କ ଜୀବନ ଗତିଶୀଳ ହୁଏ। ଭଲ ସମୟରେ ଆମକୁ ହସାଇ କନ୍ଦାଇ ମନୋରଞ୍ଜନର ଖୋରାକ୍‌ ଯୋଗାଉଥିବା ସେଲିବ୍ରେଟିମାନଙ୍କର ବି ଖରାପ ସମୟ ଆସିଥାଏ। କେତେବେଳେ ସେମାନଙ୍କ ପାଖରେ ଗଦା ଗଦା ଫିଲ୍ମର ଅଫର ଥାଏ ତ କେତେବେଳେ କିଛି ନ ଥାଏ। ଆହୁରି ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ଆର୍ଥିକ ଅନଟନର ବି ସାମ୍ନା କରିଛନ୍ତି। କିନ୍ତୁ ଆମେ ଆଜି ଏମିତି ଜଣେ କଳାକାରଙ୍କ ବିଷୟରେ କହିବୁ ଯିଏ କି ନିଜ ଖରାପ ପରିସ୍ଥିତି ଯୋଗୁ ଭିକ ମାଗିବାକୁ ବି ପଛାଇ ନ ଥିଲେ। ସେହି ଅଭିନେତା କିଏ ଜାଣନ୍ତି ? ସେ ହେଉଛନ୍ତି ସଞ୍ଜୁ ବାବା ଓରଫ୍‌ ସଞ୍ଜୟ ଦତ୍ତ।

କିନ୍ତୁ ଏଠି ପ୍ରଶ୍ନ ଉଠୁଛି ସଞ୍ଜୟଙ୍କ ବାପା ତ ଜଣେ ଭଲ ନିର୍ଦ୍ଦେଶକ ଓ ପ୍ରୋଯୋଜକ। ପ୍ରଚୁର ଅର୍ଥର ଅଧିକାରୀ ଏହି ବ୍ୟକ୍ତିଙ୍କ ପୁଅ ଏମିତି ପରିସ୍ଥିତିରେ କେମିତି ପଡିଲେ? ଆଉ କ’ଣ ଦରକାର ପଡିଲା ଯେ, ତାଙ୍କୁ ଭିକ ମାଗିବାକୁ ପଡ଼ିଲା?

ଆପଣଙ୍କ ଏହି ସବୁ ପ୍ରଶ୍ନର ଉତ୍ତର ରହିଛି ଚଳଚ୍ଚିତ୍ର ‘ସଞ୍ଜୁ’ରେ। ତାଙ୍କ ବ୍ୟକ୍ତିଗତ ଜୀବନର ସବୁ କଥାକୁ ନେଇ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ସଞ୍ଜୁ’ର ଟ୍ରେଲରରୁ ଏମିତି କିଛି ଆଭାସ ପାଇଛନ୍ତି ଦର୍ଶକ । ଏହି ଟ୍ରେଲରରେ ସଞ୍ଜୟଙ୍କ ଚରିତ୍ରରେ ଅଭିନୟ କରିଥିବା ରଣବୀର କପୁର ଆମେରିକାର ରାସ୍ତା ଉପରେ ବସି ଭିକ ମାଗୁଥିବାର ଦେଖିବାକୁ ମିଳିଛି। ଖାଇବାକୁ କି ଅନ୍ୟ କିଛି କରିବାକୁ ସେ ଟଙ୍କା ମାଗୁ ନ ଥିଲେ ବରଂ ଗୋଟିଏ ଟିକଟ ପାଇଁ ସେ ଭିକ ମାଗୁଥିଲେ।

କାହାଣୀ ପଛର ସତ ଥିଲା ଏମିତି । ଯେତେବେଳେ ସଞ୍ଜୟ ନିଶାରେ ବୁଡ଼ିକି ରହୁଥିଲେ। ତାଙ୍କ ନିଶା ଛଡାଇବା ପାଇଁ ଏକ ନିଶା ନିବାରଣ କେନ୍ଦ୍ରରେ ରଖି ତାଙ୍କୁ ଚିକିତ୍ସା କରାଯାଉଥିଲା। ପାଖରେ ପଇସାଟିଏ ବି ତାଙ୍କର ନ ଥିଲା। ଆଉ ଏମିତି ସ୍ଥିତିରେ ଦିନେ ସେ ସେହି କେନ୍ଦ୍ରରୁ ଲୁଚି ପଳାଇ ଆସିଥିଲେ। ଲୁଚି ବାହାରି ଆସିବା ପରେ ସଞ୍ଜୟ ନିଜ ବନ୍ଧୁ  କୁମାର ଗୌରବଙ୍କୁ ଦେଖା କରିବାକୁ ଚାହୁଁଥିଲେ।  କିନ୍ତୁ ତାଙ୍କ ପାଖରେ ଟଙ୍କା ନ ଥିଲା। ସେଥିପାଇଁ ସେ ରାସ୍ତାରେ ବସି ଭିକ ମାଗିଥିଲେ। ଖାଲି ଏତିକି ନୁହେଁ ମେଡ଼ିକାଲ ସେଣ୍ଟରରୁ ପଳାଇଯିବା ପରେ ତାଙ୍କୁ ଅନେକ ରାତି ରାସ୍ତାରେ ହିଁ କାଟିବାକୁ ପଡ଼ିଥିଲା।

 

 

 

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More