ଆମେରିକା ପର୍ଣ୍ଣଷ୍ଟାର ପଚାରିଲେ, ପର୍ଣ୍ଣ ଇଣ୍ଡଷ୍ଟ୍ରୀରେ କେହି ଭାରତୀୟ ପୁରୁଷ ଅଛନ୍ତି କି? ଜବାବରେ ମିଳିଲା ଏହି କଳାକାରଙ୍କ ନାଁ

ମୁମ୍ବାଇ: ଆଜିର ଯୁଗ ହେଉଛି ସୋସିଆଲ ମିଡିଆର ଯୁଗ। ପ୍ରାୟ ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ଆଉ ଏହି ସୋସିଆଲ ମିଡିଆ ସାହାଯ୍ୟରେ ବଲିଉଡ୍‌ ହେଉ କି ହଲିଉଡ୍‌ ସବୁ କଳାକାରଙ୍କ ସହ ଫ୍ୟାନ୍‌ମାନେ ଯୋଗାଯୋଗ କରିପାରୁଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ କେତେବେଳେ କଳାକାର ମାନଙ୍କୁ ଉତ୍ସାହିତ କରାଯାଏ ତ କେତେବେଳେ ନିନ୍ଦା ବି କରାଯାଏ। ବେଳେବେଳେ ଅନେକ ୟୁଜର କଳାକାରମାନଙ୍କୁ ସମାଲୋଚନା କରିବା ସହ ସେମାନଙ୍କ ଚରିତ୍ରକୁ ଭୁଲ୍‌ ଭାବେ ଉପସ୍ଥାପନା କରନ୍ତି। ନିକଟରେ […]

natasha

natasha

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 05:50 PM IST

Sports

Latest News

ମୁମ୍ବାଇ: ଆଜିର ଯୁଗ ହେଉଛି ସୋସିଆଲ ମିଡିଆର ଯୁଗ। ପ୍ରାୟ ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ଆଉ ଏହି ସୋସିଆଲ ମିଡିଆ ସାହାଯ୍ୟରେ ବଲିଉଡ୍‌ ହେଉ କି ହଲିଉଡ୍‌ ସବୁ କଳାକାରଙ୍କ ସହ ଫ୍ୟାନ୍‌ମାନେ ଯୋଗାଯୋଗ କରିପାରୁଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ କେତେବେଳେ କଳାକାର ମାନଙ୍କୁ ଉତ୍ସାହିତ କରାଯାଏ ତ କେତେବେଳେ ନିନ୍ଦା ବି କରାଯାଏ। ବେଳେବେଳେ ଅନେକ ୟୁଜର କଳାକାରମାନଙ୍କୁ ସମାଲୋଚନା କରିବା ସହ ସେମାନଙ୍କ ଚରିତ୍ରକୁ ଭୁଲ୍‌ ଭାବେ ଉପସ୍ଥାପନା କରନ୍ତି। ନିକଟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ ଭାରତୀୟ ୟୁଜର ମାନେ ବଲିଉଡ୍‌ କଳାକାରମାନଙ୍କ ଚରିତ୍ରକୁ ଭୁଲ୍‌ ଭାବେ ଉପସ୍ଥାପନା କରାଯାଇଛି।

ନିକଟରେ ଆମେରିକାର ପର୍ଣ୍ଣଷ୍ଟାର ନତାଶା ନାଇସ୍‌ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି। ତାକୁ ନେଇ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଏହି ପର୍ଣ୍ଣଷ୍ଟାର ସୋସିଆଲ ମିଡିଆରେ ନିଜର ଭାରତୀୟ ଫଲୋଅର ମାନଙ୍କୁ ପଚାରିଥିଲେ ଯେ  ପର୍ଣ୍ଣ ଇଣ୍ଡଷ୍ଟ୍ରୀରେ କେହି ଭାରତୀୟ ପୁରୁଷ ଅଛନ୍ତି କି? ନତାଶାଙ୍କ ଏହି ପ୍ରଶ୍ନରେ ଭାରତୀୟ ଫଲୋଅରମାନେ ମଜା ନେବା ଆରମ୍ଭ କରିଦେଲେ। ଫଲୋଅରମାନେ ଭିନ୍ନ ଭିନ୍ନ କଥା ଲେଖିଲେ। ତେବେ ସେତେବେଳେ ସବୁ ସୀମା ପାର ହୋଇଗଲା ଯେତେବେଳେ ଜଣେ ବ୍ୟକ୍ତି ନତାଶାଙ୍କ ଟ୍ୱିଟ୍‌ରେ  ହ୍ରିତିକ୍‌ ରୋଶନ୍‌ ଓ ଅକ୍ଷୟ କୁମାରଙ୍କ ଫଟୋକୁ ପୋଷ୍ଟ କରିଦେଲେ ଓ ସେମାନେ ପର୍ଣ୍ଣଷ୍ଟାର ବୋଲି ଲେଖିଦେଲେ।

ହ୍ରିତିକ୍‌ଙ୍କ ଫଟୋ ଦେଖିସାରିବା ପରେ ନତାଶା ଲେଖିଥିଲେ, ଆମକୁ ଏମିତି ଜଣେ ପୁରୁଷର ସନ୍ଧାନ ଥିଲା ଯିଏ ଆମେରିକାର ନାଗରିକ ଭଳି ଦେଖା ଯାଉନଥିବ। ତା’ପରେ ସେହି ବ୍ୟକ୍ତି ଜଣକ ଅକ୍ଷୟ କୁମାରଙ୍କ ଫଟୋ ପୋଷ୍ଟ କରି ଦେଇଥିଲେ। ଯାହା ଉପରେ ନତାଶା କମେଣ୍ଟ କରି ଲେଖିଥିଲେ,  ‘ଇଏ ଚଳିଯାଇପାରେ।’

ଆଉ କିଛି ଲୋକ ନତାଶାଙ୍କ ପୋଷ୍ଟରେ ହାର୍ଦ୍ଦିକ୍ ପଟେଲ୍‌ ଓ ରାହୁଲ ଗାନ୍ଧୀଙ୍କ ଫଟୋ ବି ପଠେଇ ଥିଲେ। ସୋସିଆଲ ମିଡିଆରେ ସେଲିବ୍ରେଟିଙ୍କ ଚରିତ୍ରକୁ ଏମିତି ଭାବେ ଉପସ୍ଥାପନା କରାଯାଇଥିବାରୁ ସେମାନଙ୍କ ଫ୍ୟାନ୍‌ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos