ପାକିସ୍ତାନରେ ‘କ୍ୟା କୁଲ ହେ ହମ୍-୩’ ବ୍ୟାନ୍

ମୁମ୍ବାଇ: ଅଫତାବ ଶିବଜାସନୀ ଓ  ତୁଷାର କପୁର ଅଭିନୀତ ଆଡଲ୍ଟ କମେଡି ‘କ୍ୟା କୁଲ ହେ ହମ୍-୩’ କୁ ପାକିସ୍ତାନରେ ବ୍ୟାନ୍ କରାଯାଇଛି। ପାକିସ୍ତାନର ସେନସର ବୋର୍ଡ କହିଛି ଏହି ଫିଲ୍ମଟି ସାଧାରଣ ଲୋକଙ୍କ ଦେଖିବା ଭଳି ଯୋଗ୍ୟ ନୁହେଁ। ଏଥିରେ ଅରୁଚିକର ଦୃଶ୍ୟ ରହିଛି। ସୋମବାର ସେନସର ବୋର୍ଡର ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ପାକିସ୍ତାନର ଫିଲ୍ମ ସେନସର ବୋର୍ଡ ମୁଖ୍ୟ ମୋବାଶିର ହାସନ କହିଛନ୍ତି ‘କ୍ୟା କୁଲ ହେ ହମ୍-୩’ରେ ଅନେକ ଅସଡ଼ ଦୃଶ୍ୟ ରହିଛି। ତା’ ସହିତ ଅଭିନେତାମାନେ ଅନେକ ଅଶ୍ଲୀଳ ଓ  ଦ୍ୱିଅର୍ଥ ବୋଧକ  ଶବ୍ଦର ବ୍ୟବହାର କରିଛନ୍ତି।

 ଫିଲ୍ମଟିରେ ନଗ୍ନତା ମଧ୍ୟ ରହିଛି। ଭାରତରେ ‘କ୍ୟା କୁଲ ହେ ହମ୍-୩’ ଭଲ ବ୍ୟବସାୟ କରି ନାହିଁ। ଅକ୍ଷୟ କୁମାରଙ୍କ ‘ଏୟାରଲିଫ୍ଟ’ ସହ ଏକାଦିନେ ଏହି ଫିଲ୍ମ ରିଲିଜ ହୋଇଥିଲା। ‘ଏୟାରଲିଫ୍ଟ’ କିନ୍ତୁ  ଦର୍ଶକଙ୍କ ମନକୁ ପାଇଛି।

ଆହୁରି ପଢ଼ନ୍ତୁ

ବାହାହେଲେ ଗୌତମ‌-ଉର୍ବଶୀ!

ଛୋଟ ପରଦାରେ ଡେବ୍ୟୁ କରିବେ ଇଶା

ଏହି କଳାକାରଙ୍କ ସହ ପ୍ରତି ମୁହୂର୍ତ୍ତ ବିତାଇବାକୁ ଭଲପାଆନ୍ତି ନିହାରିକା

‘ଫେୟାର ଆଣ୍ଡ ଲଭଲି’କୁ ଟ୍ରୋଲ କରି ନିଜେ ଟ୍ରୋଲ୍ ହେଇଗଲେ ଶେଖର

ମାଧୁରୀଙ୍କୁ ମୋହିନୀ ବନେଇଥିଲେ ସରୋଜ

ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ କରିଥିଲେ ଶେଷ ପୋଷ୍ଟ

ଐଶ୍ୱର୍ଯ୍ୟାଙ୍କ ନାଁ ନଥିବାରୁ କରନ୍‌ଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଅକ୍ଷୟ!

ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌

ପରଲୋକରେ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାନ୍

‘ଆତ୍ମହତ୍ୟାର ବହୁତ ପାଖରେ ଥିଲି, ବଡାପାଓ ବି ଦାମୀ ଲାଗୁଥିଲା’

ସଞ୍ଜୟ ଦତ୍ତଙ୍କ ଝିଅର ବୟଫ୍ରେଣ୍ଡଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଏମିତି କଲେ ଇମୋସନାଲ୍‌ ପୋଷ୍ଟ

ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡ଼ିଆରେ ପଶିଯାଇଥିଲେ ମହାଶ୍ୱେତା