‘ସୁଦ୍ଧି’ରେ ଫେରୁଛନ୍ତି ବରୁଣ ଓ ଆଲିଆ ଯୋଡ଼ି

ମୁମ୍ବାଇ: ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ ହେଉଛି ‘ସୁଦ୍ଧି’। ଭାଇଜାନ ସଲମାନଙ୍କ ରିଜେକ୍ସନ୍ ପରେ ଏହି ଫିଲ୍ମର ମେନ୍ ଲିଡରେ ଏବେ ନଜର ଆସିବେ ‘ଦିଲୱାଲେ’ ଫେମ୍ ବରୁଣ ଧୱାନ୍। ବରୁଣଙ୍କ ବିପକ୍ଷରେ ନାୟିକା ସାଜିବେ ଚୁଲବୁଲି ଆଲିଆ ଭଟ୍ଟ। ‘ହମ୍ପି ଶର୍ମା କି ଦୁଲହନିଆ’ ପରେ ପୁଣି ନଜର ଆସିବେ ଏହି ହଟ୍ ଯୋଡି।

ବରୁଣ ନିଜର ଏହି ପ୍ରୋଜେକ୍ଟ ପାଇଁ ଏବେଠୁ ଲାଗିପଡ଼ିଛନ୍ତି। ନିଜ ଫିଜିକକୁ ଫିଲ୍ମ ହିସାବରେ ତଉଲିବା ପାଇଁ ଏବେଠୁ ରେଡ୍ଡି ହେଉଛନ୍ତି। ଏଥିପାଇଁ ସେ ନିଜର ଓଜନ ବଢ଼ାଉଛନ୍ତି। ଏହାସହ ଫିଲ୍ମ ‘ସୁଦ୍ଧି’ରେ ସେ ସିକ୍ସ-ପ୍ୟାକ୍ ବଡିରେ ନଜର ଆସିବେ। ଏଥିପାଇଁ ସେ ବେଶ୍ ଉତ୍ସାହିତ ଅଛନ୍ତି।

ଏହି ଫିଲ୍ମ ଆସନ୍ତା ଅକ୍ଟୋ‍ବରରେ ରିଲିଜ୍ ହେବ। ଏହାକୁ ନେଇ ବେଶ୍ ବିଜି ଅଛନ୍ତି ନିର୍ଦ୍ଦେଶକ କରନ୍ ଜୋହର ଓ ପ୍ରଯୋଜକ କରନ ମାଲହୋତ୍ରା।