ବାହୁବଲି-୨ ପରେ ବାହା ହେବେ ପ୍ରଭାସ

ମୁମ୍ବାଇ: ବାହୁବଲି-୨ର ସୁଟିଂ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ରିବେଲ ଷ୍ଟାର୍ ପ୍ରଭାସ। ବାହୁବଲି-୨ ହେଉଛି ଖୁବ୍ ବାଃ ବାଃ ଗୋଟାଇ ଥିବା ଏପରିକି ବଲିଉଡକୁ ତାଜୁବ କରି ଦେଇଥିବା ବାହୁବଲିର ସିକ୍ୟୁଏଲ୍। ଏବେ ଫିଲ୍ମଟିର ସୁଟିଂ ଜାରି ରହିଛି। ଚଳିତ ବର୍ଷ ଶେଷ ଆଡ଼କୁ ଏହା ରିଲିଜ୍ ହେବ। ଏହା ପରେ ଭଲ କନ୍ୟା ଦେଖି ବିବାହ କରିବେ ବାହୁବଲି ପ୍ରଭାସ। ବୁଧବାର ଏହି ସୂଚନା ଦେଇଛନ୍ତି ପ୍ରଭାସଙ୍କ ମାମୁଁ ତଥା ଟିଲଉଡର ବରିଷ୍ଠ ଅଭିନେତା କ୍ରୀଷ୍ଣମ୍ ରାଜୁ।

ପ୍ରଭାସ ଟଲିଉଡକୁ ରାଘଭେନ୍ଦ୍ର, ଚକ୍ରମ, ଛତ୍ରପତି,ମିଷ୍ଟର ପରଫେକ୍ଟ, ବିଲ୍ଲା, ଡାଲିଂ, ରେବଲ୍, ମିରିଚି ଓ ଏକ ନିରଞ୍ଜନ ପରି ୧୬ଟିରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ପାରିଛନ୍ତି।