ବର୍ଷକୁ ୪୦ଟି ଫିଲ୍ମର ଅଫର ପାଉଥିବା ହିରୋଙ୍କ ହାତ ଖାଲି

ମୁମ୍ବାଇ:  କମେଡ଼ିରେ ନମ୍ବର ୱାନ୍‌, ଏକ୍ସପ୍ରେସନ୍‌ ଜବରଦସ୍ତ, ଠୁମ୍‌କାର ବାଦଶାହା ହେଉଛନ୍ତି ଗୋବିନ୍ଦା। ନିଜ ପ୍ରତିଟି ଫିଲ୍ମକୁ ସେ ହିଟ୍‌ କରିବାର ଗ୍ୟାରେଣ୍ଟି ଦେଉଥିଲେ।ଗୋଟିଏ ସମୟ ଥିଲା ଯେତେବେଳେ ଅଲ୍‌ରାଉଣ୍ଡର ଗୋବିନ୍ଦାଙ୍କ ଫିଲ୍ମ ଗୁଡ଼ିକ ହାଉସ୍‌ ଫୁଲ୍‌ ହେଉଥିଲା। ତାଙ୍କ ଡ୍ୟାନ୍ସ ଷ୍ଟେପ୍‌ଠୁ ଆରମ୍ଭ କରି ଡାଇଲଗ୍‌ ପର୍ଯ୍ୟନ୍ତ ସବୁ ଦର୍ଶକଙ୍କ ମନକୁ ବେଶ୍‌ ଆକୃଷ୍ଟ କରୁଥିଲା। ସେ ସମୟରେ ଗୋବିନ୍ଦା ଗୋଟିଏ ବର୍ଷରେ ପାଖାପାଖି ୪୦ ଟି ଫିଲ୍ମ ସାଇନ୍‌ କରୁଥିଲେ।  କିନ୍ତୁ ଏବେ ସେ ସମୟ ବଦଳି ଯାଇଛି, ଏବେ ଗୋବିନ୍ଦାଙ୍କ ପାଖରେ ଆଉ ସେମିତି ଗଦା ଗଦା ଫିଲ୍ମରେ ଅଫର ନାହିଁ। ଏବେ ତାଙ୍କ ପାଖକୁ ଆସୁଛି ଗୋଟିଏ କି ଦୁଇଟା ଫିଲ୍ମର ଅଫର। ତା’ପୁଣି ବହୁ କଷ୍ଟରେ।

କୁହାଯାଏ,  କମେଡ଼ି କିଙ୍ଗ ଗୋବିନ୍ଦାଙ୍କ କ୍ୟାରିୟର ୮୦ ଓ ୯୦ ଦଶକ ପରେ ଏମିତି ପତନ ହୋଇଥିଲା ଯେ ସେ ଆଉ ଉଠି ପାରି ନଥିଲେ। ଏଥିପାଇଁ ଗୋବିନ୍ଦାଙ୍କୁ ହିଁ  ଦାୟୀ କରାଯାଏ। ତାଙ୍କ ଭୁଲ୍‌ ପାଇଁ ତାଙ୍କ କ୍ୟାରିୟର ଖରାପ ହୋଇଯାଇଥିଲା। ତେବେ ଚାଲନ୍ତୁ ଜାଣିବା ତାଙ୍କର କିଛିଟା ଭୁଲ୍‌ ମଧ୍ୟରୁ ୩ଟି ଭୁଲ୍‌ ବିଷୟରେ।

କ୍ୟାରିୟରକୁ ସୁଧାରିଥିବା ମଣିଷ ସହ ଅପଡ଼: ଗୋବିନ୍ଦା ଓ ଡେବିଡ୍‌ ଧୱନଙ୍କ ଯୋଡ଼ି ଖୁବ୍‌ ସଫଳ ଥିଲା। ଗୋବିନ୍ଦା ନିଜ କ୍ୟାରିୟରରେ ପ୍ରାୟ ସବୁ ହିଟ୍‌ ଫିଲ୍ମ ଡେଭିଡ୍‌ ଧୱନ୍‌ଙ୍କ ସହ ଦେଇଛନ୍ତି। କିନ୍ତୁ କୌଣସି କାରଣରୁ ଗୋବିନ୍ଦାଙ୍କର ଡେଭିଡ୍‌ଙ୍କ ସହ ଝଗଡ଼ା ହୋଇଯାଇଥିଲା। ତା’ପରେ ଡେଭିଡ୍‌ ଗୋବିନ୍ଦାଙ୍କୁ ଫିଲ୍ମ ଦେବା ବନ୍ଦ କରି ଦେଇଥିଲେ। ତା’ପରେ ତାଙ୍କ କ୍ୟାରିୟରର ପତନ ଆରମ୍ଭ ହୋଇଥିଲା।

ସୁଟିଂ ସେଟ୍‌ରେ ଡେରିରେ ପହଞ୍ଚିବା:  କୁହାଯାଏ, ଗୋବିନ୍ଦା ସୁଟିଂ ସେଟ୍‌କୁ ସବୁବେଳେ ବିଳମ୍ବରେ ପହଞ୍ଚନ୍ତି। ସୁଟିଂ ସିଡ୍ୟୁଲ୍‌ ହିସାବରେ ସେ ନିଜ ସମୟ ମ୍ୟାନେଜ୍‌ କରନ୍ତି ନାହିଁ।  ନିଜ ମନ ଇଚ୍ଛା ସବୁବେଳେ ସୁଟିଂ ସେଟ୍‌କୁ ଯାଆନ୍ତି।  ଗୋବିନ୍ଦାଙ୍କ ଏହି ସ୍ୱଭାବ ପାଇଁ  ଅନେକ ଲୋକ ତାଙ୍କୁ ବଝାଇବାକୁ ବି ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ଉପରେ କୌଣସି ପ୍ରଭାବ ପଡ଼ି ନଥିଲେ। ତାଙ୍କର ଏହି ଆଚରଣ କାରଣରୁ ଅନେକ ଫିଲ୍ମ ନିର୍ମାତା ତାଙ୍କ ଉପରେ ରାଗି ଯାଇଥିଲେ।

ଫିଟ୍‌ନେସ୍‌ର ଯତ୍ନ ନେଇ ନଥିଲେ:  ସାଧାରଣତଃ ହିରୋମାନେ ନିଜ ପରଫେକ୍ଟ ଫିଜିକ୍‌ ପାଇଁ କଠିନ ପରିଶ୍ରମ କରନ୍ତି। ହିରୋ ଚରିତ୍ର ପାଇଁ ନିଜକୁ ଫିଟ୍‌ ରଖିବା ବି ନିତ୍ୟାନ୍ତ ଆବଶ୍ୟକ। କିନ୍ତୁ ଗୋବିନ୍ଦା ନିଜର ଫିଟ୍‌ନେସ୍‌ ପାଇଂ ଆଦୌ ଯତ୍ନବାନ୍‌ ନୁହନ୍ତି। ସମୟ ସହ ତାଙ୍କ ଫିଜିକ୍‌ ବି ଖରାପ୍‌ ହେବାକୁ ଲାଗିଲା। ସେଥିପାଇଁ ତାଙ୍କୁ ଫିଲ୍ମ ମିଳିବା କଷ୍ଟକର ହୋଇ ପଡ଼ିଲା।