ରେଖା ପାଇଲେ ୟଶ ଚୋପ୍ରା ମେମୋରିଆଲ୍ ଆୱାର୍ଡ

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତ୍ରୀ ରେଖା ପାଇଲେ ତୃତୀୟ ୟଶ ଚୋପ୍ରା ମେମୋରିଆଲ୍ ଆୱାର୍ଡ। ଫିଲ୍ମ ଶିଳ୍ପ ପ୍ରତି ତାଙ୍କର ଅବଦାନ ଓ ଅଭିନୟ ଦକ୍ଷତା ସ୍ୱୀକୃତି ସ୍ୱରୂପ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସୋମବାର ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ମହାରାଷ୍ଟ୍ର ରାଜ୍ୟପାଳ ସି ବିଦ୍ୟାସାଗର ରାଓ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ଗ୍ରହଣ କରିବା ଅବସରରେ ରେଖା କହିଥିଲେ ଯେ ୟଶ ଚୋପ୍ରା ଫିଲ୍ମ ମାଧ୍ୟମରେ ତାଙ୍କୁ ଭଲ ପାଇବାର ଅର୍ଥ ବୁଝାଇ ଦେଇଥିଲେ।

୧୯୮୧ରେ ୟଶ ଚୋପ୍ରା ‘ସିଲସିଲା’ ଫିଲ୍ମ ନିର୍ମାଣ କରିଥିଲେ। ଏହି ରୋମାନ୍ସ ଫିଲ୍କରେ ରେଖା ଅଭିନୟ କରି ଥିଲେ। ରେଖାଙ୍କ ବ୍ୟତୀତ ଏଥିରେ ଅମିତାଭ ବଚ୍ଚନ ଓ ଜୟା ଭାଦୁଡ଼ି ଅଭିନୟ କରିଥିଲେ।

ଟି ସୁବ୍ରମଣ୍ୟମ ରେଡ୍ଡୀଙ୍କ ଟିଏସଆର୍ ଫାଉଣ୍ଡେସନ୍ ପକ୍ଷରୁ ୟଶ ଚୋପ୍ରା ମେମୋରିଆଲ୍ ଆୱାର୍ଡ ପ୍ରଦାନ କରାଯାଉଛି। ପୁରସ୍କାର ସ୍ୱରୂପ ତାଙ୍କୁ ଏକ ଗୋଲ୍ଡ ମେଡାଲ୍ ଓ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ୨୦୧୨ରେ ୟଶ ଚୋପ୍ରାଙ୍କର ପରଲୋକ ହୋଇଥିଲା।

ମେଲୋଡି କୁଇନ୍ ଲତା ମଙ୍ଗେସକର ଓ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ପୂର୍ବରୁ ଏହି ପୁରସ୍କାର ଦିଆଯାଇଛି।

ଆହୁରି ପଢ଼ନ୍ତୁ

ତିଆରି ହେବ ସୁଶାନ୍ତଙ୍କ ଫିଲ୍ମ ‘ପାଣି’, ନିର୍ଦ୍ଦେଶକ ଦେଲେ ଇସାରା

ଶୁଟିଂ ସେଟ୍‌କୁ ଯାଇପାରିବେ ବରିଷ୍ଠ କଳାକାର

ବର୍ଷାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ପ୍ରଶଂସନୀୟ କାମ

ମୃତ୍ୟୁ ପୂର୍ବରୁ ଫେସ୍‌ବୁକ୍ ଲାଇଭ୍‌ରେ ଏମିତି କଥା କହିଥିଲେ ଏହି ଅଭିନେତ୍ରୀ

କ୍ଷମା ମାଗିଲେ ବିଗ୍ ବି’

ସୁଶାନ୍ତଙ୍କ ଅପେକ୍ଷାରେ ଫଜ୍, ଆଜି ବି କବାଟ ଖୋଲିଲେ…

ଆତ୍ମହତ୍ୟା କଲେ ‘କ୍ୟୁଁ କିଁ ଶାଶ୍‌ ଭି କଭି ବହୁ ଥି’ର ଅଭିନେତା

ବିଗ୍‌ବସ୍‌ ଫେମ୍‌ ଅସିମ୍‌ ରିଆଜଙ୍କ ଉପରକୁ ଆକ୍ରମଣ

ରିଙ୍କିଙ୍କ ଭାଗ୍ୟ ବଦଳେଇ ଦେଲା ଗୋଟିଏ ଟ୍ୱିଟ୍‌, ଚାନ୍ସ ଦେଲା ତରଙ୍ଗ

ସୁଶାନ୍ତ ମୃତ୍ୟୁ ମାମଲା : ଆଦିତ୍ୟ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରି କଙ୍ଗନା ପଚାରିଲେ ୭ଟି ପ୍ରଶ୍ନ

ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

ଜାଳୁଥିଲି, ଜଳାଉଥିଲି ଏବେ ଜଳୁଛି….