ରିଲିଜ ହେଲା  ଫିଲ୍ମ ‘ଏୟାରଲିଫ୍ଟ’

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ ହୋଇଛି ବହୁ ଚର୍ଚ୍ଚିତ ଫିଲ୍ମ ‘ଏୟାରଲିଫ୍ଟ’। ଅକ୍ଷୟ କୁମାର ଅଭିନୀତ ଏହି ଫିଲ୍ମ ଦେଶବ୍ୟାପୀ ୭୦ଟି ସ୍କ୍ରିନରେ ରିଲିଜ ହୋଇଛି। ଫିଲ୍ମରେ ଦେଶାତ୍ମବୋଧ ବାର୍ତ୍ତା ଓ ଜବରଦସ୍ତ ଆକ୍ସନର ଛାପ ରହିଛି। ୧୯୯୦ରେ କୁଏତ୍ ଓ ଇରାକ ମଧ୍ୟରେ ହୋଇଥିବା ଯୁଦ୍ଧ ପୃଷ୍ଠଭୂମି ଉପରେ ଆଧାରିତ ଏହି ଫିଲ୍ମର କାହାଣୀ। ଏୟାରଲିଫ୍ଟରେ ଅକ୍ଷୟଙ୍କ ଅପୋଜିଟରେ ଦେଖିବାକୁ ମିଳିବ ନିମ୍ରତ କୌରଙ୍କୁ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜା କ୍ରିଷ୍ଣା ମେନନ। ଦୀର୍ଘ ୬ ବର୍ଷ ପରେ ରାଜା କ୍ରିଷ୍ଣା ଏହି ଫିଲ୍ମ ଆଣିଛନ୍ତି। ଏୟାରଲିଫ୍ଟର ମ୍ୟୁଜିକ ଦେଇଛନ୍ତି ଅଙ୍କିତ ତିୱାରୀ ଓ ଅମୋଲ ମଲ୍ଲିକ।