ରିଲିଜ୍ ହେଲା ଅପକମିଙ୍ଗ୍ ବଲିଉଡ୍ ଫିଲ୍ମ ‘ଜୁବାନ’ର ଟ୍ରେଲର୍

ମୁମ୍ୱାଇ: ଅପକମିଙ୍ଗ୍ ବଲିଉଡ୍ ମ୍ୟୁଜିକାଲ୍  ଫିଲ୍ମ ‘ଜୁବାନ’ର ଆସିଛି ଟ୍ରେଲର। ‘ଜୁବାନ’ର ଷ୍ଟୋରୀ ଲାଇନ ଜଣେ ୟଙ୍ଗ୍ ବୟର ଜୀବନୀ ଉପରେ ପିକ୍ଚରାଇଜ୍ କରାଯାଇଛି ଯିଏକି ନିଜ ଉପରୁ ଆତ୍ମବିଶ୍ୱାସ ହରାଇ ବସିଛି ଏବଂ ତା’ ଭିତରେ ଏକ ଅଜଣା ଭୟ ସୃଷ୍ଟି ହୋଇଛି। ଏହି ଭୟକୁ ଦୂର କରିବା ପାଇଁ ସେ ଆରମ୍ଭ କରିଛି ଲଢ଼େଇ ଏବଂ ଶେଷରେ ନିଜକୁ ସେ ଖୋଜି ପାଇଛି। ଫିଲ୍ମ ‘ମସନ୍’ ଏବଂ ‘ଲଂଚ ବକ୍ସ’ ପରେ ପୁଣି ଏକ ମେମରବେଲ୍ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି ନିର୍ଦ୍ଦେଶକ ମୋଜେଜ ସିଂ।

ଲିଡ୍ କ୍ୟାରେକ୍ଟରରେ ଭିକି କୌଶାଲ ରହିଥିବା ବେଳେ ତାଙ୍କ ଅପୋଜିଟରେ ରହିଛନ୍ତି ସାରାହ ଜାନେ ଦିଆସ। ଆଶୁତୋଷ ପାଠକ ଜୁବାନରେ ମ୍ୟୁଜିକ ନିର୍ଦ୍ଦେଶନା ଦେଇଥିବା ବେଳେ ମାର୍ଚ୍ଚ ୪ରେ ପରଦାକୁ ଆସିବ ‘ଜୁବାନ’।