ଆସିଲା ‘ରକି ହ୍ୟାଣ୍ଡସମ’ର ଫାଷ୍ଟ ପୋଷ୍ଟର

ମୁମ୍ବାଇ: ବି-ଟାଉନକୁ ଆସିଛି ‘ରକି ହ୍ୟାଣ୍ଡସମ’ର ଫାଷ୍ଟ ପୋଷ୍ଟର। ଫିଲ୍ମର ଲିଡିଂ ଷ୍ଟାର ଜନ ଆବ୍ରାହମ ଏହି ପୋଷ୍ଟରକୁ ଟୁଇଟ କରିଛନ୍ତି। ଟ୍ୱଟରରେ ଟ୍ୱିଟ କରି ଜନ ଆବ୍ରହମ ଦର୍ଶାଇଛନ୍ତି ଯେ, ଇଣ୍ଡିଆନ୍ ସିନେମାରେ ‘ରକି ହ୍ୟାଣ୍ଡସମ’ ହେଉଛି ବେଷ୍ଟ ଫାଇଟିଂ ସିନେମା। ଏଥିରେ ଆକ୍ସନ ଓ ଇମୋସନ ଦେଖିବାକୁ ମିଳିବ। ଫିଲ୍ମର ଫାଷ୍ଟ ପୋଷ୍ଟରରେ କେବଳ ଏକ ଗନ୍ ନଜର ଆସିଛି। ଜନଙ୍କ ହାତରେ ନେଲ ଆର୍ଟ ହୋଇଥିବାର ଦେଖିବାକୁ ମିଳୁଛି। ଏଥିରେ ଜନଙ୍କ ଲିଡିଂ ଲେଡି ସାଜିଛନ୍ତି ସାଉଥ ବିଉଟି ଶ୍ରୃତି ହାସନ। ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି ନିଶିକାନ୍ତ କାମତ। ଆସନ୍ତା ମାର୍ଚ୍ଚ ୨୫ତାରିଖରେ ‘ରକି ହ୍ୟାଣ୍ଡସମ’ ପରଦାକୁ ଆସିବ।