ସଲମାନଙ୍କ ଇଦ୍ ଧମାକା: ଫ୍ୟାନ୍‌ଙ୍କୁ ଦେଲେ ୪ଟି ସରପ୍ରାଇଜ୍‌

ଭୁବନେଶ୍ୱର(ଅମିତ୍‌ କୁମାର ଆଚାର୍ଯ୍ୟ): ବଲିଉଡ୍‌ ଭାଇଜାନ ସଲମାନ ଖାନ୍ ସବୁଥର ପରି ଏଥର ମଧ୍ୟ ଇଦ୍‌ରେ ଫ୍ୟାନ୍‌କୁ ଦେଇଛନ୍ତି ଦମ୍‌ଦାର ଭେଟି। ହେଲେ ଏଥରର ଉପହାର ଟିକେ ଖାସ୍‌। ମାନେ ଏହି ପର୍ବ ଅବସରରେ ଦର୍ଶକମାନଙ୍କ ପାଇଁ  ସଲମାନ୍‌ ନେଇ ଆସୁଛନ୍ତି  ୪ଟି ସରପ୍ରାଇଜ୍‌।  ତାଙ୍କ ଅଭିନୀତି ୪ଟି ଫିଲ୍ମ ଲଗାତାର ଦେଖିବାକୁ ପାଇବେ ଦର୍ଶକ। ଏମିତି ସରପ୍ରାଇଜ୍‌ ସଲମାନ୍‌ଙ୍କ କ୍ୟାରିୟରରରେ ବିରଳ ବୋଲି କୁହାଯାଉଛି। ତେବେ ସେହି ସିନେମା ଗୁଡ଼ିକ କ’ଣ  ଜାଣନ୍ତୁ।ରେସ୍‌ 3′

ପ୍ରଥମ ସରପ୍ରାଇଜ୍‌ ହେଲା ସଲମାନଙ୍କ ଫିଲ୍ମ ‘ରେସ୍‌ 3’।  ଶୁକ୍ରବାର ଏହି ଫିଲ୍ମ ରିଲିଜ୍‌ ହୋଇଛି। ଫିଲ୍ମଟି ସ୍ଟଣ୍ଟ ଆଉ ଆକ୍ସନରେ ଭରି ରହିଛି। ଏଥିରେ ସଲମାନଙ୍କ ସହ ମୁଖ୍ୟ ଭୂମିକାରେ  ଜ୍ୟାକଲିନ୍‌, ବିବି ଦେୱଲ, ଅନିଲ କପୁର, ଡେଜିସା ଏବଂ ସାକିବ ସଲିମ ନଜର ଆସିଛନ୍ତି।‘ଜିରୋ’

ସେହିପରି ଇଦ୍ ପାଇଁ ସଲମାନଙ୍କ ଦ୍ୱିତୀୟ ଭେଟି ହେଉଛି ଶାହାରୁଖଙ୍କ ସିନେମା ‘ଜିରୋ’ର ସେକେଣ୍ଡ୍ ଟିଜର୍। ଏଥିରେ ଶାହାରୁଖ୍‌ଙ୍କ ସହ ସଲମାନ ନଜର ଆସିଛନ୍ତି। ଦୁହେଁ ଦମ୍‌ଦାର ଡ୍ୟାନ୍ସ କରିବା ସହ କିଙ୍ଗ ଖାନ ସଲମାନଙ୍କୁ କିସ୍ କରିଥିବା ସିନ୍ ପୁରା ଚର୍ଚ୍ଚାରେ ରହିଛି। ସଲମାନ ଏହି ଫିଲ୍ମରେ କେମିଓରେ ନଜର ଆସିବେ। କିନ୍ତୁ ଖୁବ୍ ମନୋରଞ୍ଜନ କରିବେ। ଏହାର ପ୍ରମାଣ ରିଲିଜ୍ ହୋଇଥିବା ଟିଜର ହିଁ ଦେଉଛି।

ୟମଲା ପଗଲା ଦିୱାନା ଫିର୍‌ସେ

ସଲୁ ମିଆଁଙ୍କ ଥାର୍ଡ ସରପ୍ରାଇଜ୍‌ ହେଲା ଦେୱାଲ ବଦର୍ସଙ୍କ ଫିଲ୍ମରେ ଏଣ୍ଟ୍ରି। ଏ ଭିତରେ ରିଲିଜ୍ ହୋଇଛି ନନଷ୍ଟପ୍‌ କମେଡି ସରିଜ୍ ଫିଲ୍ମ ‘ୟମଲା ପଗଲା ଦିୱାନା’ର ଥାର୍ଡ ଟିଜର୍। ଏହି ପାର୍ଟର ନାଁ ରହିଛି ‘ୟମଲା ପଗଲା ଦିୱାନା ଫିର୍‌ସେ’। ସବୁ ପାର୍ଟ ପରି ଏଥିରେ ମଧ୍ୟ ଫୁଲ୍ କମେଡି କରିବେ ଦେୱଲ ଫ୍ୟାମିଲି। ଏହି ଟିଜରରେ ଶେଷରେ ସଲମାନଙ୍କ ଏଣ୍ଟ୍ରି ଦେଖିବାକୁ ମିଳିଛି।

ଲଭ୍‌ରାତ୍ରୀ

ଏଥିସହ ସଲୁ ମିଆଁଙ୍କ ଚତୁର୍ଥ ଗିଫ୍ଟ ହେଉଛି ଫିଲ୍ମ ‘ଲଭ୍‌ରାତ୍ରୀ’। ଫିଲ୍ମଟି ସଲମାନଙ୍କ ପ୍ରଡକ୍ସନ ହାଉସ୍‌ରେ ତିଆରି ହେଉଛି। ଏଥିରେ ଲିଡ୍‌ ରୋଲରେ ସଲମାନଙ୍କ ଭିଣୋଇ ଆୟୁଷ ଶର୍ମା ଡେବ୍ୟୁ କରୁଛନ୍ତି। ଆଉ ତାଙ୍କ ସହ ବିପକ୍ଷରେ ରହିଛନ୍ତି ଅଭିନେତ୍ରୀ ୱାରିନା ହୁସେନ୍। ଏହି ଫିଲ୍ମରେ ସଲମାନ୍‌ଙ୍କ ଭଏସ୍ ବି ଶୁଣିବାକୁ ମିଳିଛି। ଫିଲ୍ମଟି ଏକ ଲଭ୍‌ଷ୍ଟୋରୀ ଉପରେ ଆଧାରିତ। ଫିଲ୍ମଟି ନବରାତ୍ରୀରେ ରିଲିଜ୍ ହେବ। ତେବେ ସଲମାନଙ୍କ ସବୁଥର ଅପେକ୍ଷା ଏଥର ଇଦ ଭେଟି ଫ୍ୟାନଙ୍କୁ ଖୁବ୍ ଆନନ୍ଦିତ କରିବ।