‘ସଞ୍ଜୁ’ ଫିଲ୍ମର ଏକ ସିନ୍‌କୁ ନେଇ ଉଠିଲା ବିବାଦ

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ‘ସଞ୍ଜୁ’ ଜୁନ୍‌ ୨୯ ତାରିଖରେ ରିଲିଜ୍‌ ହେବ। ରିଲିଜ୍‌ ପୂର୍ବରୁ ସଞ୍ଜୟଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ରଣବୀର କପୁରଙ୍କ ଲୁକ୍‌କୁ ବହୁତ ପ୍ରଶଂସା କରାଯାଉଛି। ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମର ଟ୍ରେଲରକୁ ମଧ୍ୟ ସମସ୍ତେ ପସନ୍ଦ କରିଛନ୍ତି। କିନ୍ତୁ ଖବର ମୁତାବକ ଫିଲ୍ମର ଟ୍ରେଲରକୁ  ନେଇ ବିବାଦ ବି ଦେଖାଦେଇଛି।

ଏହି ବିବାଦ ‘ସଞ୍ଜୁ’ ଫିଲ୍ମର ଏକ ବାଥ୍‌ରୁମ୍‌ ସିନ୍‌କୁ ନେଇ ହୋଇଛି। ଟ୍ରେଲରରେ ଗୋଟିଏ ସିନ୍‌ରେ ଅଭିନେତା ରଣବୀର କପୁର ଜେଲ୍‌ କୋଠରୀରେ ବସିଥିବା ଦୃଶ୍ୟ ଦେଖାଯାଇଛି। ସେ ସମୟରେ ଜେଲ୍‌ କୋଠରୀରେ ଥିବା ପାଇଖାନା ପୂରି ବର୍ଜ୍ୟବସ୍ତୁ ଚଟାଣରେ ବହିଯାଇଛି। ତା’ପରେ ସେ ପାଟିକରି ଜେଲ୍‌ କର୍ମଚାରୀଙ୍କୁ ଡାକୁଛନ୍ତି।

ଏହି ସିନ୍‌କୁ ଆର୍‌ଟିଆଇ ଆକ୍ଟିଭିଷ୍ଟ ପୃଥ୍ୱୀ ମସ୍କେ ଆପତ୍ତି ଉଠାଇଛନ୍ତି। ମସ୍କେଙ୍କ କହିବା ଅନୁଯାୟୀ ଏହି ଭଳି ସିନ୍‌ ପ୍ରଦର୍ଶିକତ କରାଯାଇ ଭାରତୀୟ ଜେଲ୍‌ର ଛବିକୁ ବିଗାଡ଼ିବାକୁ ଚେଷ୍ଟା କରାଯାଇଛି। ସେ ସେନ୍‌ସରବୋର୍ଡକୁ ଏକ ଚିଠି ଲେଖି ନିଜର ଅଭିଯୋଗ ଜଣାଇଛନ୍ତି।

ଏହି ଚିଠିରେ ସେ ଲେଖିଛନ୍ତି ଯେ, ଏଭଳି ସିନ୍‌ ପ୍ରଦର୍ଶିତ କରି ଦ୍ୱାରା ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରିବା ଉଚିତ ନୁହେଁ।

ତେବେ ସେନ୍‌ସର ବୋର୍ଡ କି ଫିଲ୍ମର ପ୍ରଯୋଜକଙ୍କ ପକ୍ଷରୁ କୌଣସି ଜବାବ ମିଳିନାହିଁ।