ଏକାଠି ଆସିବେ ଅମୀର ଓ ସନି ଲିଓନ

ମୁମ୍ବାଇ:ବଲିଉଡରେ ନିଜର ସ୍ଥିତି ମଜଭୁତ କରିସାରିଥିବା ଇଣ୍ଡୋକାନାଡିଆନ୍ ପର୍ଣ୍ଣଷ୍ଟାର ସନି ଲିଓନଙ୍କୁ ଦେଖିବାକୁ ମିଳିବ ଅମୀର ଖାନଙ୍କ ସହ। ଦୁହେଁ ଏକାଠି ସ୍କ୍ରିନ ସେୟାର କରିବେ। ଅମୀରଙ୍କ ଟ୍ୱିଟର ପେଜରୁ ଜଣାପଡ଼ିଛି ଏ କଥା। ନିଜ ଟ୍ୱିଟର ପେଜରେ ଅମୀର ଲେଖିଛନ୍ତି ‘ସନି, ମୁଁ ତମ ସହ କାର୍ଯ୍ୟ କରିବାକୁ ଖୁସି ଅନୁଭବ କରିବି। ତୁମ ଅତୀତ ସହ ମୋର କୌଣସି ଜାଏଆସେ ନାହିଁ, ଖୁସିରେ ରୁହ।’ ଏହା ପରେ ଖୁସି ବ୍ୟକ୍ତ କରି ଅନ୍ୟ ଏକ ଟ୍ୱିଟରେ ସନିଙ୍କୁ ଖୁବ୍  ପ୍ରଶଂସା କରିଛନ୍ତି ଅମୀର। ତେବେ କେଉଁ ଫିଲ୍ମରେ ସେ ସନିଙ୍କ ସହ ସ୍କ୍ରିନ ସେୟାର କରିବେ ତାହା କହିନାହାନ୍ତି।

ସନି ଯେତେବେଳେ ବି-ଟାଉନରେ ପାଦ ଥାପି ଥିଲେ ସେତେବେଳେ ଅନେକ ସମାଲୋଚନାର ଶିକାର ହୋଇଥିଲେ। ତେବେ ସେ ଗୋଟିଏ ପରେ ଗୋଟିଏ ସଫଳତା ପାଇ ଚାଲିଛନ୍ତି। ଆସନ୍ତା ଶୁକ୍ରବାର ତାଙ୍କ ଅଭିନୀତ ‘ମସ୍ତିଜାଦେ’ ରିଲିଜ୍ ହେବ। ଏ ନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି।