ପାନ ମସଲାର ବିଜ୍ଞାପନକୁ ସନି ଲିଓନିଙ୍କ ନା

ମୁମ୍ବାଇ: କୌଣସି ପାନ ମସଲାର ବିଜ୍ଞାପନ କରିବେ ନାହିଁ ‘ଏକ ପେହେଲି ଲୀଲା’ର ଷ୍ଟାର ସନି ଲିଓନି। ଦିଲ୍ଲୀରେ ପାନ ମସଲା ବିକ୍ରି ରଦ୍ଦ ନେଇ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏକ ପତ୍ରର ଉତ୍ତର ଦେଇ ସେ ଏହା କହିଛନ୍ତି। ସେ ଭବିଷ୍ୟତକୁ କୌଣସି ପାନ ମସଲା ତଥା ତମାଖୁ ଉତ୍ପାଦନକାରୀ କମ୍ପାନୀ ସହ ବିଜ୍ଞାପନ ପାଇଁ ଚୁକ୍ତିଭୁକ୍ତ ହେବେ ନାହିଁ । ଏ ନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସନିଙ୍କ ସ୍ୱାମୀ ଡ୍ୟାନିଏଲ ୱେବର ଲିଖିତ ଭାବେ ଅବଗତ କରିଛନ୍ତି। ତମାଖୁ ଜାତୀୟ ପାନ ମସଲା ଯୋଗୁଁ କର୍କଟ ରୋଗ ହେଉଥିବାରୁ ଦିଲ୍ଲୀ ସରକାର ବିଲିଉଡର ଟପ୍ ଆକ୍ଟର ଅଜୟ ଦେବଗନ୍, ଶାହାରୁଖ ଖାନ୍, ସୈଫ ଅଲ୍ଲୀ ଖାନ୍, ଗୋବିନ୍ଦା, ଅରବାଜ ଖାନଙ୍କ ପରି ବହୁ ଅଭିନେତାଙ୍କୁ ମଧ୍ୟ ପତ୍ର ଲେଖିଥିଲେ। ଦେଖିବା କଥା ସନିଙ୍କ ପରି ଏହି ଅଭିନେତାମାନେ ପାନ ମସଲା ବିଜ୍ଞାପନ ନ କରିବାକୁ ରାଜି ହେଉଛନ୍ତି କି ନାହିଁ।

ଆହୁରି ପଢ଼ନ୍ତୁ

ଶୋ’ରେ ଚାଲିଲା ‘ରୋମାଣ୍ଟିକ୍‌ ରେପ୍‌ ସିନ୍‌’ ଉପରେ ଗପ: ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ ହେଲେ ଏହି ଦୁଇ କଳାକାର

ଗଲୱାନ୍‌ ଘଟଣାକୁ ନେଇ ଫିଲ୍ମ କରିବେ ଅଜୟ

ବାହାହେଲେ ଗୌତମ‌-ଉର୍ବଶୀ!

ଛୋଟ ପରଦାରେ ଡେବ୍ୟୁ କରିବେ ଇଶା

ଏହି କଳାକାରଙ୍କ ସହ ପ୍ରତି ମୁହୂର୍ତ୍ତ ବିତାଇବାକୁ ଭଲପାଆନ୍ତି ନିହାରିକା

‘ଫେୟାର ଆଣ୍ଡ ଲଭଲି’କୁ ଟ୍ରୋଲ କରି ନିଜେ ଟ୍ରୋଲ୍ ହେଇଗଲେ ଶେଖର

ମାଧୁରୀଙ୍କୁ ମୋହିନୀ ବନେଇଥିଲେ ସରୋଜ

ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ କରିଥିଲେ ଶେଷ ପୋଷ୍ଟ

ଐଶ୍ୱର୍ଯ୍ୟାଙ୍କ ନାଁ ନଥିବାରୁ କରନ୍‌ଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଅକ୍ଷୟ!

ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌

ପରଲୋକରେ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାନ୍

‘ଆତ୍ମହତ୍ୟାର ବହୁତ ପାଖରେ ଥିଲି, ବଡାପାଓ ବି ଦାମୀ ଲାଗୁଥିଲା’