ସଲମାନ୍‌ଙ୍କୁ ଶାହାରୁଖଙ୍କ ଚୁମ୍ମା

ମୁମ୍ବାଇ: ଏକାଠି ହୋଇଛନ୍ତି ଚେଙ୍ଗ ରାଶି ଆଉ ବେଙ୍ଗ ରାଶି। ଏଠି  ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ଏବଂ ଶାହାରୁଖ ଖାନ୍‌ଙ୍କ ବିଷୟରେ ଆଲୋଚନା ଚାଲିଛି। ରିଲିଜ୍ ହୋଇଛି ଶାହାରୁଖ ଖାନ୍‌ଙ୍କ ଅପକମିଂ ଫିଲ୍ମ ‘ଜିରୋ’ର ଇଦ୍‌ ସ୍ପେସାଲ୍‌ ଟିଜର। ଏଥିରେ ଶାହାରୁଖଙ୍କ ସହ ଦବଙ୍ଗ ବୟ ସଲମାନ୍‌ ମଧ୍ୟ ନଜରକୁ ଆସୁଛନ୍ତି। ଦୁଇଜଣଙ୍କର ଜବରଦସ୍ତ କେମେଷ୍ଟ୍ରିକୁ ଟିଜର୍‌ରେ ଦେଖିବାକୁ ମିଳୁଛି। ଟିଜର୍‌ରେ ସଲମାନ୍‌, ଶାହାରୁଖଙ୍କ ପଛରେ ଆସି ‘ୟାର ବଉଆ ସିଂ, ଜିସ୍‌କେ ପିଛେ ଲଗ୍‌ ଜାତେ ହୋ, ଲାଇଫ୍‌ ବନା ଦେତେ ହୋ’ କହୁଛନ୍ତି।

ଏହାପରେ ସଲମାନ ଏବଂ ଶାହାରୁଖଙ୍କୁ ନାଚିବାର ଦେଖିବାକୁ ମିଳୁଛି। ଆଉ ଯେତେବେଳେ ନାଚ ଭିତରେ ସଲମାନ୍‌ ଶାହାରୁଖଙ୍କୁ କାଖେଇ ପକାଇଛନ୍ତି, ଶାହାରୁଖ ତାଙ୍କୁ ଚୁମ୍ମାଟେ ଦେଉଛନ୍ତି। ତେବେ ଟିଜରରେ ଉଭୟଙ୍କୁ ଏକାଠି ପାଇ ଦର୍ଶକେ ଏହାର ଭରପୁର ମଜା ଉଠାଉଛନ୍ତି।

ଫିଲ୍ମ ‘ଜିରୋ’ରେ ଶାହାରୁଖ ଜଣେ ବାବନ ଭୂମିକାରେ ନଜର ଆସିବେ। ଫିଲ୍ମଟି ୨୧ ଡିସେମ୍ବର ୨୦୧୮ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅନନ୍ଦ ଏଲ୍‌. ରାୟ। ଫିଲ୍ମରେ ଶାହାରୁଖଙ୍କ ସହିତ କ୍ୟାଟ୍‌ରିନା କୈଫ ଏବଂ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More